ଧରାକୋଟ,୧୦/୯(ଜିଲ୍ଲା ଖବର) : ଧରାକୋଟ ବ୍ଲକର ନୂତନ ଯୋଗାଣ ଅଧିକାରୀ ଭାବରେ ସଞ୍ଜୀବ ମଲିକ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ କାର୍ଯ୍ୟରତ ଥିଲେ । ଧରାକୋଟ ବ୍ଲକର ଯୋଗାଣ ନିରୀକ୍ଷକ ପଦବୀ ବହୁ ଦିନ ରୁ ଖଲି ପଡ଼ିଥିଲା ।ଆସିକା ଯୋଗାଣ ଅଧିକାରୀ ପ୍ରକାଶ ପାତ୍ର ଦୀର୍ଘଦିନ ପର୍ଯ୍ୟନ୍ତ ଏହି ବ୍ଲକର ଅତିରିକ୍ତ ଦାୟିତ୍ବରେ ରହି କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସୁଥିଲେ।ସଂପ୍ରତି ନୂତନ ଯୋଗାଣ ନିରୀକ୍ଷକ ଯୋଗଦେବା ପରେ ଯୋଗାଣ ବିଭାଗ ଡି ଇ ଓ ରଶ୍ମି ରାଣୀ ପ୍ରଧାନ,ଯୋଗାଣ ସହାୟକ ସମିତା ସାହୁ,ସଭାପତି ବିରୁପାକ୍ଷ ପାଣିଗ୍ରାହୀ,ଉପ ସଭାପତି ମଦନ ନାୟକ,ସମ୍ପାଦକ ଧନୁର୍ଦ୍ଧର ପଣ୍ଡା, ସହ ସମ୍ପାଦକ ଗୋପାଳ ହରି ଗୌଡ଼,ସୁରେନ୍ଦ୍ର ସାହୁ ଓ ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିଥିଲେ ।ଯୋଗାଣ ବିଭାଗର ସମସ୍ତ କାର୍ଯ୍ୟକୁ ସାବଲୀଳ କରି ସାଧାରଣ ଜନତା ଯେପରି ଏହାର ସୁଫଳ ପାଇବେ ତାହା ଉପରେ ଦୃଷ୍ଟି ଦେବେ ବୋଲି ନୂତନ ଅଧିକାରୀ ପ୍ରକାଶ କରିଛନ୍ତି।


