
ଆସିକା,୫/୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଗଞ୍ଜାମ ଜିଲ୍ଲା ଭାରତ ସ୍କାଉଟସ ଆଣ୍ଡ ଗାଇଡ ବ୍ରହ୍ମପୁରର ରାଜ୍ୟ ପୁରସ୍କାର ଟେଷ୍ଟ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା କଳିଙ୍ଗରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସର ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଡଃ. ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଦୁର୍ଗା ପ୍ରସାଦ ପଣ୍ଡା,ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ ପ୍ରମୁଖ ଯୋଗ ଦେଇ ସ୍କାଉଟ ସ୍ୱେଚ୍ଚାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ପୁରସ୍କାର ଟେଷ୍ଟ ଦିବସକୁ ସ୍କାଉଟ ସହଜିଲ୍ଲା କମିଶନର ରାମହରି ସାହୁ ପରିଚାଳନା କରିଥିବା ବେଳେ ବିକ୍ରମ ମହାରଣା,ଭାସ୍କର ରଣା,ରାମଚନ୍ଦ୍ର ବିଷୋୟୀ,ଲକ୍ଷ୍ମୀନାରାୟଣ ପଣ୍ଡା,ସ୍କାଉଟ ଗାଉଡ କ୍ୟାପଟେନ ଅନିତା ରାଣୀ ପଣ୍ଡା,ଗିତାଞ୍ଜଳୀ ସାବତ,କାଦମ୍ବନୀ ହୋତା ସମେତ୩୫ଟି ସ୍କୁଲର ମାଷ୍ଟର ଗାଇଡ କ୍ୟାପଟେନ ଯୋଗ ଦେଇ ସହ ଯୋଗ କରିଥିଲେ ।






ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ସ୍କାଉଟ ସ୍ୱେଚ୍ଚାସେବୀ ମାନଙ୍କ ପଞ୍ଜିକରଣ କରାଯାଇଥିଲା । ୩୫ ଟି ସ୍କୁଲରୁ ୨୮୧ ଜଣ ସ୍କାଉଟ ସ୍ୱେଚ୍ଚାସେବୀ ଏବଂ ୯୪ ଜଣ ଗାଇଡ ମଧ୍ୟରେ ମୋଟ ୩୭୫ ଜଣ ଏହି ରାଜ୍ୟ ପୁରସ୍କାର ଟେଷ୍ଟ ଦିବସ କ୍ୟାମ୍ପରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଥମେ ସ୍କାଉଟ ପତକା ଉତୋଳନ କରାଯାଇଥିଲା । ଏହାପରେ ସ୍କାଉଟ ସଙ୍ଗିତ ଗାନ କରାଯାଇଥିଲା । ସ୍କାଉଟ ସ୍ୱଚ୍ଚାସେବୀ ମାନଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଟିତ ହୋଇ ପ୍ରାୟ ୪କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ରାଜ୍ୟ ପୁରସ୍କାର ଟେଷ୍ଟ ଦିବସରେ ପ୍ରାଥମିକ ଚିିକିତ୍ସା,ବିପର୍ଯ୍ୟୟ ପରିଚାଳନା କୈାଶଳ, କମ୍ପାସ ସିଗନାଲିଂ,ଦୈାଡି ଦ୍ୱାରା ଉଦ୍ଧାର କାର୍ଯ୍ୟ, ଯୋଗାସାନ ଏବଂ ବ୍ୟାୟାମ ପ୍ରମୁଖ ବିଷୟରେ ଟେଷ୍ଟ ପରିକ୍ଷା ଦେଇଥିଲେ । ଏଥିରେ କୃତିତ୍ୱ ହାସଲ କରିଥିବା ସ୍କାଉଟ ସ୍ୱେଚ୍ଚାସେବୀ ମାନେ ରାଜ୍ୟପାଳଙ୍କ ଠାରୁ ପ୍ରମାଣ ପତ୍ର ପାଇବା ସହିତ ମେଟ୍ରିକ ମାର୍କସିଟରେ ୫ ପ୍ରତିଶତ ମାର୍କ ସାମିଲ ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା । ଶେଷରେ “ସଦା ପ୍ରସ୍ତୁତ ରୁହ” ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଲକ୍ଷ୍ୟ ବୋଲି ସ୍କାଉଟ ସ୍ୱେଚ୍ଚାସେବୀ ମାନଙ୍କୁ ବୁଝାଯାଇଥିଲା ।



