Wednesday, November 11, 2026
Home ଆଞ୍ଚଳିକ ମୁକୁନ୍ଦପୁର ଠାରେ ଗଞ୍ଜାମ ଜିଲ୍ଲା କୁକୁଡା ଫାର୍ମ ମାଲିକ ସଂଘର ବୈଠକ

ମୁକୁନ୍ଦପୁର ଠାରେ ଗଞ୍ଜାମ ଜିଲ୍ଲା କୁକୁଡା ଫାର୍ମ ମାଲିକ ସଂଘର ବୈଠକ

82

ଆସିକା: ଗଞ୍ଜାମ ଜିଲ୍ଲା କୁକୁଡା ଫାର୍ମ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ମୁକୁନ୍ଦପୁର ଶ୍ରୀ ବୀର ହନୁମାନ ମନ୍ଦିର ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଛି । ଓଡିଶା ରାଜ୍ୟ ସଂଯୋଜକ ନିଳାଚଂଳ ପରିଡାଙ୍କ ନେତୃତ୍ବରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପ୍ରଥମେ କୁକୁଡା ଚାଷୀ ମାନଙ୍କ ପଞ୍ଜିକରଣ କରିବା ସହିତ
କୁକୁଡା ଦାନାର ଗୁଣାତ୍ମକ ମୁଲ୍ୟ,ସ୍ଵତନ୍ତ୍ର କୁକୁଡା ଦାନା ଲ୍ୟାବ, ଫାର୍ମର ବୀମା କରିବା ଏବଂ କମ୍ପାନୀ ଚାଷୀଙ୍କ ପ୍ରତି ଶୋଷଣ ନିତୀ ଅବଲମ୍ବନ ସାଙ୍ଗକୁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।

କମ୍ପାନୀ ପକ୍ଷରୁ କରାଯାଉଥିବା ଚାଷି ମାରଣନୀତି, କୁକୁଡା ଚାଷିଙ୍କ ଉଦ୍ଧେଶ୍ୟରେ ସ୍ଵତନ୍ତ୍ର ତାଲିମ ପ୍ରଦାନ, ମେଡିସିନ ଯୋଗାଇବା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ପ୍ରଦାନ ପାଇଁ ଆଲୋଚନା କରାଯାଇଥିଲା ।

ଏହି ବୈଠକରେ ଗଞ୍ଜାମ ଜିଲ୍ଲା କୁକୁଡା ଫାର୍ମ ମାଲିକ ମାନଙ୍କ ଲାଇଫ ଟାଇମ ମେମ୍ବରସିପ୍ପା ଇଁ ଆଲୋଚନା କରାଯାଇଥିଲା ।


ଏହା ସହିତ ଅଲ ଓଡିଶା କୁକୁଡା ଫାର୍ମ ମହାସଂଘ ଗଠନ କରିବା ପାଇଁ ନିଷ୍ପତିଗ୍ରହଣ କରାଯାଇଥିଲା । ଆସନ୍ତା ଅକ୍ଟୋବର ମାସର ପ୍ରଥମ ସପ୍ତାହରେ କମ୍ପାନୀ ପକ୍ଷରୁ କରାଯାଇଥିବା ନିତୀ ଓ ନିୟମକୁ ପ୍ରତ୍ୟାହାର କରି ଚାଷ କାର୍ଯ୍ୟ ବନ୍ଦ କରାଯିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଯଦ୍ଵାରା କୁକୁଡା ଅଭାବୀ ବିକ୍ରି ଓ ଦରବୃଦ୍ଧିର ଆଶଙ୍କା ରହିବ ବୋଲି ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା । ଆସନ୍ତା ୧୫ ତାରିଖରେ ଜିଲ୍ଲାପାଳ ସ୍ଥାନୀୟ ପ୍ରଶାସନ ତହସିଲଦାରଙ୍କୁ ସଂଘ ପକ୍ଷରୁ ଏକ ଦାବୀ ପତ୍ର ପ୍ରଦାନକରାଯିବ ବୋଲି କୁହାଯାଇଛି ।

ଏହି ବୈଠକରେ ବ୍ଲକ କୋର୍ଡିନେଟର ଏବଂ କୁକୁଡା ଫାର୍ମ ମାଲିକ ମାନେ ଯୋଗ ଦେଇଥିଲେ ।