ଗଛ ପଡ଼ି ଭାଙ୍ଗିଲା ଘର,୫ ଆହାତ ହୋଇ ମେଡିଭାଲ ଭର୍ତି |

70

ରାୟଗଡ଼ା , ୦୯/୦୯/୨୨ (ଜିଲ୍ଲା ଖବର) : ଗଛ ପଡ଼ି ଭାଙ୍ଗିଲା ଘର ଆହାତ ହେଲେ 5 ଜଣ ଲ ଘଟଣା ଘଟିଛି ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ଗରଡ଼ମା ଗାଁ ରେ l

ସୂଚନା ପ୍ରକାରେ ଗତ କାଲି ଗୁରୁବାର ମଧ୍ୟ ରାତିରେ ଏକ ଗଛ ପଡିବାରୁ ଗରଡ଼ମା ଗାଁ ରେ ଚାରୋଟି ଘର ଭାଙ୍ଗିବା ସହ ପାଞ୍ଚ ଜଣ ଆହାତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲ ରେ ଭର୍ତି ହୋଇଛନ୍ତି l

ଘଟଣା ସ୍ଥଳରେ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ଅଗ୍ନିଶ୍ରମ ବିଭାଗ ପଂହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଆହାତ ପାଞ୍ଚ ଜଣକୁ ଚନ୍ଦ୍ରପୁର ମେଡିକାଲ ରେ ଭର୍ତି କରିଛନ୍ତି l

ସବୁଠୁ ବଡ କଥା ହେଲା ଜଣେ ତେରବର୍ଷ ର ବାଳିକା କୁ ମୁଣ୍ଡରେ ଆଘାତ ଲାଗିଛି l

ଗରଡ଼ମା ଅଞ୍ଚଳ ଗଜପତି ଜିଲ୍ଲା ର ହୋଇଥିଲେ ମଧ୍ୟ ପ୍ରଶାସନ ର ଦୁର୍ବଳତା କାରଣ ରୁ ଏହି ଅଞ୍ଚଳ ଗଜପତି ଜିଲ୍ଲା ରୁ ବିଛିନ୍ନ ତେଣୁ ଏହି ଅଞ୍ଚଳ ର ଲୋକମାନେ ରାୟଗଡା ଜିଲ୍ଲା କୁ ହିଁ ସବୁ କ୍ଷେତ୍ରରେ ନିର୍ଭର କରିଥାନ୍ତି l ‌

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।