ମହିଳା ଜୀବିକା ସୁରକ୍ଷାମଞ୍ଚର ଲୋକ ସଂଗଠନ କାର୍ଯ୍ୟକ୍ରମରେ ବିଡ଼ିଓଙ୍କୁ ଦାବିପତ୍ର

24

କନ୍ଧମାଳ ,୨୨/୮(ଏଜେନସି) : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରୀ ଓ ରାଇକିଆ ମହିଳା ଜୀବିକା ସୁରକ୍ଷାମଞ୍ଚର ଲୋକ ସଂଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଦୁଇ ବ୍ଳକରେ ରହୁଥିବା ଉପାନ୍ତ ଅଞ୍ଚଳରେ ବିଭିନ୍ନ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟାର ସମାଧାନ ପାଇଁ ବିଡ଼ିଓ ଙ୍କୁ ଅଭିଯୋଗ କରିଥିଲେ . ପ୍ରତ୍ୟେକ ସପ୍ତାହରେ ଅନୁଷ୍ଠିତ ଜନ ଶୁଣାଣି ଦିବସରେ ବିଡ଼ିଓ ଙ୍କୁ ଅଭିଯୋଗ କରିବା ସହ ଶିବିରରେ ସ୍ଥାୟୀ ସମାଧାନ ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି,ରାସନ କାର୍ଡ, ବାର୍ଦ୍ଧକ୍ୟ ଭତା ଉପଯୁକ୍ତ ହିତାଧିକାର ଦିଆଯାଉ ଏନେଇ ଦାବି ପତ୍ର ବିଡ଼ିଓ ସାନ୍ତୁନୁ କୁମାର ନାୟକଙ୍କୁ ପ୍ରଦାନ କରିଥିଲେ ।କାର୍ଯ୍ୟକ୍ରମରେ ମଞ୍ଚର ସଭାନେତ୍ରୀ ଚଞ୍ଚଳା ପ୍ରଧାନ ସମ୍ପାଦିକା ବିନିତା ପ୍ରଧାନ ବ୍ଳକର ସଂଯୋଜିକା ସସ୍ମିତା ମଲ୍ଲିକ ସହ ସମ୍ପାଦିକା ପ୍ରମୋଦା ନାୟକଙ୍କ ସମେତ ମଞ୍ଚର ବହୁ ସଦସ୍ୟା ଯୋଗ ଦେଇଥିଲେ ।