
ରାୟଗଡ , ୦୯/୦୯/୨୨( ଜିଲ୍ଲା ଖବର) : ରାୟଗଡ ଜିଲ୍ଲାରେ ଅହିଂସା ରଥକୁ ସ୍ଵାଗତ କରିବା ନିମନ୍ତେ ଜିଲ୍ଲା ପାଳ ରାୟଗଡ ସ୍ୱଧା ଦେଵ ସିଂନ୍କ ଅଧ୍ୟକ୍ଷତାରେ ଆଜି ଏକ ପ୍ରସ୍ତୁତି ବୈଠକ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ଅତିରକ୍ତ ଜିଲ୍ଲା ପାଳ ଧର୍ମାନନ୍ଦ ବେହେରା, ସମୋନାଥ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ,ଉପଜିଲ୍ଲାପାଳ ରାୟଗଡ ଭୀମସେନ ଶବର,ଉପଜିଲ୍ଲାପାଳ ଗୁଣପୁର ଲୋକନାଥ ଦଲାବେହେରା ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସିଡିପିଓ,ଜିଲ୍ଲା ସ୍ଥରୀୟ ଅଧିକାରୀ, ନୋଡ଼ାଲ ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ମଙ୍ଗଳ ସଂପ୍ରଶାରଣ ଅଧିକାରୀ,ଲୋକସମ୍ପର୍କ ଅଧିକାରୀ, ଚାଟିକଣା ଡିକେଡିଏ ସଂସ୍ଥା ର ପ୍ରଜେକଟ ଡାଇରେକ୍ଟର ସୁଦର୍ଶନ ପାଢୀ, ଉତ୍କଳ ଆଲୁମିନl ଟିକିରି,ଜେକେ କାଗଜ କଲ,ଜେକେପୁର, ଇମ୍ଫା ଥେବାଲି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଜିଲ୍ଲାକୁ ଦୁଇଟି ଅହିଂସା ରଥ କୋରାପୁଟ ଦେଇ ଆସନ୍ତା ୧୭/୯/୨୨ରିଖ ଦିନ ରାୟଗଡ ଜିଲ୍ଲାରେ ପ୍ରଵେଶ କରିବ ଏବଂ ୨୦/୯/୨୨ରିଖ ଯାଏଁ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରମୁଖ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ ଓ ଜାତୀର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରଭାବ ବାର୍ତ୍ତା ନେଇ ଜିଲ୍ଲା ପରିକ୍ରମା କରିବ l ଏହି ରଥକୁ ଗତ ଅଗଷ୍ଟ ମାସ ୧୫ତାରିଖରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ l ଏହି ରଥ ଦୁଇଟି ରାୟଗଡ ଜିଲ୍ଲାରେ ପ୍ରଵେଶ କରିବା ବେଳେ ସୀମାନ୍ତ ଗ୍ରାମ ସlନକୁଟୀଙ୍ଗା ଗ୍ରାମରେ ବିପୁଳ ଭାବରେ ଜିଲ୍ଲା ପ୍ରଶାସନ, ଜନ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଦ୍ଵାରା ସ୍ଵାଗତ କରାଯିବ l ସେଠାରୁ ଆସିଲା ପରେ ଗୋଟିଏ ରଥ ରାଫ କଣା ଦେଇ କାଶୀପୁର ବ୍ଲକ ଅଭିମୁଖେ ବାହାରିବ ଏବଂ କାଶୀପୁର ରୁ କେ ସିଂପୁର, ବିଷସମ କଟକ,ମୁନିଗୁଡା, ଚନ୍ଦ୍ରପୁର ବ୍ଲକ ଦେଇ ଗୁଣପୁରରେ ପହଞ୍ଚିବ ଅନ୍ୟଟି ରାୟଗଡ ବ୍ଲକଦେଇ କଲନାରା,ରାମନାଗୁଡା, ଗୁଣପୁର,ପଦ୍ମପୁର,ଗୁଡାରି ଦେଇ ଚନ୍ଦ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରି ଗୁଣପୁର କୁ ଫେରି ଆସିବ ଏବଂ ତା ୨୧/୯/୨୨ ସକାଳ ସମୟରେ ଗଜପତି ଜିଲ୍ଲା ଅଭିମୁଖେ ପ୍ରସ୍ଥାନ କରିବ l
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



