Home ଆଞ୍ଚଳିକ ଚକରା ବିଷୋୟୀ ଜୟନ୍ତୀ ଅବସରରେ ବକ୍ତାଙ୍କ ଅଭିମତ ବଂଶଧରଙ୍କୁ ଜିଲ୍ଲାସ୍ତରରେସମ୍ମାନୀତ କରାଯାଉ

ଚକରା ବିଷୋୟୀ ଜୟନ୍ତୀ ଅବସରରେ ବକ୍ତାଙ୍କ ଅଭିମତ ବଂଶଧରଙ୍କୁ ଜିଲ୍ଲାସ୍ତରରେସମ୍ମାନୀତ କରାଯାଉ

135

ଛତ୍ରପୁର,୦୫/୦୧; ପବିତ୍ର ଶାମ୍ବ ଦଶମୀ ତିଥିରେ ଘୁମୁସରର ମହାନ୍ ଯୋଦ୍ଧା ଚକରା ବିଷୋୟୀଙ୍କର ଜିଲ୍ଲା ସ୍ତରୀୟ ଜୟନ୍ତୀ ଛତ୍ରପୁରସ୍ଥ ଲୋକସମ୍ପର୍କ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇ ଯାଇଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ବକ୍ତାଗଣ ଏହି ମହାନ୍ ଯୋଦ୍ଧାଙ୍କର କୀର୍ତ୍ତି ସ୍ମୃତିଚାରଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଇଂରେଜ ଶାସନାଧୀନ ଭାରତର ମୁକ୍ତିପାଇଁ ମହାନ୍ ବିପ୍ଳବୀ ଦୋହରା ବିଷୋୟୀ ଓ ଚକରା ବିଷୋୟୀଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ୧୮୧୩ ମସିହାରେ ଦୋହରା ବିଷୋୟୀ ଇଂରେଜ ମାନଙ୍କ ବିରୁଦ୍ଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହାକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ଭାବେ ଅଭିହିତ କରିବାପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟବକ୍ତା ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ, ଚକରା ବିଷୋୟୀଙ୍କ ସଂଗ୍ରାମ ଏତେ ତୀବ୍ରତର ଥିଲା ଯେ, ତତ୍କାଳୀନ ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲହାଉସୀ ସ୍ଥାନୀୟ ମାଜିଷ୍ଟ୍ରେଟ୍ କ୍ୟାମ୍ପବେଲଙ୍କୁ ନିର୍ଦ୍ଦେଶ ଦେଇଥିଲେ ଚକରା ବିଷୋୟୀଙ୍କୁ ବନ୍ଦୀକର କିମ୍ବା ତାଙ୍କ ସହ ବୁଝାମଣା କର । ଅନ୍ୟତମ ବକ୍ତା ଲକ୍ଷ୍ମଣ ପଣ୍ଡା ନିଜ ଅନୁଭୂତିରୁ ଚକରା ବିଷୋୟୀ କେତେ ପ୍ରସିଦ୍ଧ ତାହା ବର୍ଣ୍ଣନା କରିଥିଲେ । ସମସ୍ତବକ୍ତା ଘୁମୁସରର ମହାନ୍ ଯୋଦ୍ଧା ଚକରା ବିଷୋୟୀଙ୍କ ଦାୟାଦଙ୍କୁ ଜିଲ୍ଲା ସ୍ତରରେ ସମ୍ମନୀତ କରିବାପାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଲୋକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।


ସ୍ରୋତ ; ଲୋକସମ୍ପର୍କ ଅଧିକାରୀ (ଗଞ୍ଜାମ,ଛତ୍ରପୁର)