Home ଆଞ୍ଚଳିକ ଆନ୍ଧ୍ର ପ୍ରଦେଶ ବାଲି ଚାଲନ କୁ ଚାଷୀ ଏକତା ପରିଷଦ ର ବିରୋଧ।

ଆନ୍ଧ୍ର ପ୍ରଦେଶ ବାଲି ଚାଲନ କୁ ଚାଷୀ ଏକତା ପରିଷଦ ର ବିରୋଧ।

66

ରାୟଗଡା , ୦୮/୦୯/୨୨ (ଜିଲ୍ଲା ଖବର) : ରାୟଗଡା ନାଗାବଳୀ ନଦୀ ଗର୍ଭ ଓ ତଟରୁ ସବୁ ଦିନ ୭୦ ରୁ ୮୦ ଟ୍ରକ୍ ପଡସୀ ରାଜ୍ୟ ଆନ୍ଧ୍ର ପ୍ରଦେଶ,ଓ ଛତିଶଗ଼ଡ କୁ ବାଲି ଚାଲାଣ କରାଯାଉଛି।

ଏହାକୁ ବିରଧ କରି ଚାଷୀ ଏକତା ପରିଷଦ ର ସଦସ୍ୟ ମାନେ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଉକ୍ତ ଦାବି ପାତ୍ରରେ ଉଲେଖ ଯେ ରାୟଗଡା ସହର ଓ ରାୟଗଡା ବ୍ଲକ ର ଜନ ସାଧାରଣ ସମସ୍ତେ ନାଗାବଳି ନଦୀ ଉପରେ ନିର୍ଭର କରି ଆସୁଛନ୍ତି,

ଏହି ନଦୀ ତୁଟ ବାଲି ନେଇ ରାୟଗଡା ବ୍ଲକ ଓ ରାୟଗଡା ସହର ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଓ ଗରିବ ଲକଙ୍କର ପ୍ରଧାନମନ୍ତ୍ରୀ ଆବାସ ଗୃହ ଓ ରାୟଗଡା ସହରରେ ବଡ଼ ବଡ଼ ଅଟାଳିକା ନିର୍ମାଣ କରାଯାଉଛି, ପ୍ରତି ଦିନ 70 ରୁ 80 ଗାଡି ବାଲି ଆନ୍ଦ୍ର ପ୍ରଦେଶ କୁ ଚାଲାଣ ହେଉଛି ବିପୁଳ ମାତ୍ରାର ବାଲି ଚାଲାଣ ହେଉଥିବା ହେତୁ,

ଆମ ରାୟଗଡାରେ ବାଲିର ଅଭାବ ଦେଖିବାକୁ ମିଳୁଛି ମୂଲ୍ୟ ମଧ୍ୟ୍ୟ ବଡ଼ିବାରେ ଲାଗିଛି, ଉନ୍ନତି ମୂଳକ କାର୍ଯ୍ୟ ରେ ବାଧାପ୍ରାପ୍ତ ହେଉଛି, ଜନ ସାଧାରଣ ଙ୍କ କହିବା ଅନୁଯାଇ ଗରିବ ଲକମାନେ ଆବାସ ଗୃହ ନିର୍ମାଣ କରିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି,

ଏହାକୁ ଦୃଷ୍ଟିରେ ରଖି ଚାଷୀ ଏକତା ପରିଷଦ ର ସଭାପତି ଶ୍ରୀ ପ୍ରତାପ ପୁଆଲା ଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତ କର୍ମୀ ମାନେ ଦାବି ନେଇ ଜ଼ିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଇଥିଲା ଉକ୍ତ ଦାବିପତ୍ର ପ୍ରଦାନ ବେଳେ ଚାଷୀ ଏକତା ପରିଷଦ ର ଜ଼ିଲ୍ଲା ସାଧାରଣ ସମ୍ପାଦକ ଶଙ୍କର ନାଇଡୁ,

ସାଙ୍ଗଠନିକ ସମ୍ପାଦକ ପ୍ରିତମ କୁମାର, ଗୁମା ପଞ୍ଚାୟତ ସଭାପତି ପବିତ୍ର ବେନିୟା,ଡାଙ୍ଗଲଡ଼ି ପଞ୍ଚାୟତ ସଭାପତି ନିରଞ୍ଜନ ପଶୁପୁରେଡି, ହରିହର ହିମିରିକା,ଶରତ ମିନି୍ୟାକବି ଓ ଧର୍ମେନ୍ଦ୍ର ନାୟକ ଉପସ୍ଥିତ ଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।