
ବ୍ରହ୍ମପୁର , ୦୮/୦୯/୨୨ ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଆଜି ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଏରେଣ୍ଡ୍ରା ପଞ୍ଚାୟତର ଯୋଗୁଡ଼ି ବଳଭଦ୍ରପୂର୍ ଗ୍ରାମ ବ୍ରାହ୍ମଣ ସାହି କୋଠଘର ନିର୍ମାଣର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଭୂମି ପୂଜନ କରିଛନ୍ତି ।
ଗ୍ରାମବାସୀ ଏବଂ ବିପୁଳ ସଂଖ୍ୟାରେ କଂଗ୍ରେସ କର୍ମୀଙ୍କ ମୋଟର ସାଇକେଲ ରାଲିରେ ବିଧାୟକଙ୍କୁ ଖଲିଙ୍ଗି ଛକରୁ ଶୋଭାଯାତ୍ରା ସହିତ ପାଛୋଟି ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା ।




ବିଧାୟକ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁମୋଦିତ ବ୍ୟୟ ଅଟକଳରେ ପ୍ରଥମ ଦଫାରେ ନିର୍ମାଣ କାର୍ଯ୍ୟ ନେଇ ବ୍ରାହ୍ମଣ ସମାଜ କର୍ମକର୍ତ୍ତା ଏବଂ ଜନସାଧାରଣରେ ଉତ୍ସାହ ଦେଖିବାକୁ ମିଳିଥିଲା ।


ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର ବହୁ କଂଗ୍ରେସ ଅନୁଗତ କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।


