Saturday, November 14, 2026
Home ଆଞ୍ଚଳିକ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ତରଫରୁ ପୋଷଣ କାର୍ଯ୍ୟକ୍ରମ

ଶିଶୁ ବିକାଶ ପ୍ରକଳ୍ପ ବିଭାଗ ତରଫରୁ ପୋଷଣ କାର୍ଯ୍ୟକ୍ରମ

74

ଧରାକୋଟ,୭/୯(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ବିଭାଗ ତରଫରୁ ପୋଷଣ ମାସ କାର୍ଯ୍ୟକ୍ରମ ମାଣିକ୍ୟପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁନିଲ ପ୍ରଭା ରଥ ଏହି କାର୍ଯ୍ୟ କ୍ରମରେ ଉପସ୍ଥିତ ରହିଥିଲେ। ସୁପରଭାଇଜର p sujata, ଭାଗ୍ୟଲତା ମଣ୍ଡଳ,ରାଜଲକ୍ଷ୍ମୀ ପ୍ରଧାନ,ଲକ୍ଷ୍ମୀ ଦଳାଇ,ସୁଶୀଳା ମଲିକ ଓ ପଦ୍ମା ବତୀ ମଲିକ ଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ରହିଥିଲେ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅପପୃଷ୍ଟି ଦୁରୀକରଣ ବୋଲି ଉପସ୍ଥିତ କିଶୋରୀ,ଗର୍ଭବତୀ ଓ ପ୍ରସୂତି ମାନଙ୍କୁ ଅବଗତ କରାଯାଇଥିଲା । ଏଥିରେ ବିଭିନ୍ନ ପୋଷଣ ଯୁକ୍ତ ଖାଦ୍ୟ,ସବୁଜ ପରିବା, ଶାଗ ଅଣାଯାଇ ଏହାକୁ ପ୍ରଦର୍ଶନ କରା ଯାଇଥିଲା ଓ ଖାଇବାର ଉପକାରିତା ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଏହାପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।