
ରାୟଗଡ଼ା , ୦୮/୦୯/୨୨ (ଜିଲ୍ଲା ଖବର) : ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଯେତେ ବିଖ୍ୟାତ ସେତେ ପରିଚିତ ଏଠିକାର ଭାଷା, ଜନଜାତି ଓ ତାର ସଂସ୍କୃତି ପାଇଁ ଆଉ ସେହି ଭାଷା କଳା ସଂସ୍କୃତି କୁ ଯିଏ ବିଶ୍ଵ ଦରବାରରେ ପହଞ୍ଚେଇବାର ଚେଷ୍ଟା ଜାରି ରଖିଛନ୍ତି ସେ ଆଜି ବି ସୁଯୋଗ ଅପେକ୍ଷାରେ କିନ୍ତୁ ତାଙ୍କ ଉଦ୍ୟମ ବଳରେ ସେ ଆଞ୍ଚଳିକ ଭାଷା କଳା ସଂସ୍କୃତି ସହ ବହୁ ଲୁକାୟତ ପ୍ରତିଭାକୁ ଲୋକଲୋଚନ କରିବାରେ ତାଙ୍କ ଭୂମିକା ବେଶ୍ ପ୍ରଶଂସନୀୟ।


ସେ ହେଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ର ସନ୍ତୋଷ କୁମାର ବଛା ଯାହା ଙ୍କୁ କଳାକାର ଜଗତରେ ସୁପ୍ରିତ୍ ବୋଲି ସବୁ ଜାଣନ୍ତି। ୨୦୦୭ ମସିହାରେ ପ୍ରଥମ ଥର ରାୟଗଡ଼ା ଜିଲ୍ଲାର କୁୱୀ ଭାଷାରେ ଗୀତ ଆଲବମ୍ ପ୍ରାରମ୍ଭ କରି ଆଦିବାସୀ କୁୱୀ ଭାଷାର ପ୍ରଚାର ପ୍ରସାର ପାଇଁ ଜାରିରଖିଥିବା ତାଙ୍କ ଉଦ୍ୟମ ପାଇଁ ସେ ବେଶ୍ ଚର୍ଚ୍ଚାରେ ରହିଛନ୍ତି ତା ସହ କୋରାପୁଟିଆ ଭାଷାରେ ଅନେକ ଗୀତ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ କଣ୍ଠଦାନ ଓ ଅଭିନୟ କରିବା ସହ ଅନେକ କ୍ଷୁଦ୍ର ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇ ବେଶ୍ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।


ଆଞ୍ଚଳିକ ଅନେକ କଳାକାର ଙ୍କୁ କଳା କ୍ଷେତ୍ରରେ ସୁଯୋଗ ଦେଇ ଲୁକାୟତ କଳା ପ୍ରତିଭାକୁ ନୂଆ ପରିଚୟ ଦେଇ ପାରିଛନ୍ତି ସେ। କୋରାପୁଟର ପରବ ମହୋତ୍ସବ, ମାଲକାନଗିରିର ମାଲ୍ୟବନ୍ତ ମହୋତ୍ସବ ଆଉ ରାୟଗଡ଼ାର ଚଇତି ମହୋତ୍ସବ ବେଳେ ଆଞ୍ଚଳିକ ଭାଷା କଳା ସଂସ୍କୃତିକୁ ନାଚ ଗୀତ ମାଧ୍ୟମରେ ମଞ୍ଚକୁ ମାଟିର ମହକରେ ପରିଚିତ କରିବା ସହ ମା ମଝିଘରିଆଣୀ ଏଣ୍ଟରଟେନମେଣ୍ଟ ୟୁଟ୍ୟୁବ୍ ଚେନାଲ୍ ମାଧ୍ୟମରେ ମିଲିୟନ ମିଲିୟନ ଦର୍ଶକଙ୍କ ଠାରୁ ଉଚ୍ଚ ପ୍ରଶଂସା ଓ ଭଲ ପାଇବା ପାଇଛନ୍ତି।


କିନ୍ତୁ କୋରୋନା ସମୟ ଠାରୁ ତାଙ୍କୁ କଳା ଜଗତରେ ଆଉ ଦେଖିବାକୁ ମିଳି ନ ଥିଲା ଅନ୍ୟ ଲୋକଙ୍କ ଯେମିତି କରନା ରେ ପ୍ରଭାବିତ ହୋଇଛନ୍ତି ଏଥିରେ ସେ ବି ବାଦ୍ ପଡ଼ି ନାହାନ୍ତି। ଏବେ ଅନେକ ଦିନର ବ୍ୟବଧାନ ପରେ ସେ କଳା ଜଗତକୁ ଫେରୁଛନ୍ତି କୋରପୁଟିଆ ଚଳଚ୍ଚିତ୍ର ମିଛ ସପନରେ ଖଳନାୟକ ଭୂମିକାରେ । ତେବେ ଏମିତି ଲୁକାୟତ କଳା ପ୍ରତିଭାକୁ ଅଧିକରୁ ଅଧିକ ସୁଯୋଗ ମିଳିଲେ ଆହୁରି ଅଧିକା କିଛି କରି ଦେଖେଇ ପାରିବେ ବୋଲି ସୁପ୍ରିତ୍ କହିଛନ୍ତି।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



