Home ଆଞ୍ଚଳିକ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଓଡିଶା ଷ୍ଟାର୍ଟଅପ ଯାତ୍ରା ୨.0 ର ପ୍ରଚାର...

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଓଡିଶା ଷ୍ଟାର୍ଟଅପ ଯାତ୍ରା ୨.0 ର ପ୍ରଚାର ଅଭିଯାନ ।

77

ଗୁଣୁପୁର , ୦୮/୦୯/୨୨ ( ଜିଲ୍ଲା ଖବର ) : ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ଓଡିଶା ଷ୍ଟାର୍ଟଅପ ଯାତ୍ରା ୨.୦ ର ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଚାର ଅଭିଯାନକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ୨୬ ଅଗଷ୍ଟ ୨୦୨୨ରେ ଶୁଭାରମ୍ଭ କରିଥିଲେ l ଏହି ପରିପେକ୍ଷୀରେ ଜି ଆଇ ଟି ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ପକ୍ଷରୁ ୨୪ ଗୋଟି ନୂତନ ଉଦ୍ଭାବନ ବିଚାର ଦ୍ୱାରା ଷ୍ଟାର୍ଟ ଅପ ଗାଡି ନିକଟରେ ଉପସ୍ଥାପନ କରାଯାଇଥିଲା.l କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଡିନ ଡ଼ଃ. ଏ .ବି. ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିଲେ l

ଏହି କାର୍ଯ୍ୟକର୍ମକୁ ଓଡିଶା ଷ୍ଟାର୍ଟଅପର ପ୍ରତିନିଧି ଧୃତି ଦାସ ଅନିର୍ବନ ଭାଟାଚାର୍ଯ୍ୟ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକମର ଆଭିମୁଖ୍ୟ ବିଷୟରେ ସମ୍ଭୋଧନ କରିଥିଲେ l ରାୟଗଡା ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଅଧିକାରୀ ଦେବାଶିଷ ମହାନ୍ତି ଯୋଗଦେଇ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ପକ୍ଷରୁ ପ୍ରଦର୍ଶିତ ପ୍ରକଳ୍ପକୁ ପ୍ରଶଂସା କରିବା ସହ ଏହି ଭଳି ଚିନ୍ତା ଧାରା ଆଗକୁ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ l ବିଶ୍ଵବିଦ୍ୟାଳୟର ଉଦ୍ୟେଗକାରୀ ବିଭାଗର ସଂଯୋଜକ ରାଧାନାଥ ପାତ୍ର , ଡ଼ଃ ସଚ୍ଚିକାନ୍ତ ଦାଶ, ଶଶାଙ୍କ ଶେଖର ପଣ୍ଡା , ଡ଼ଃ ଦୀପ୍ତି କାନ୍ତ ଆଚାର୍ଯ୍ୟ , ଡ଼ଃ ସନ୍ତୋଷ କୁମାର ବିନ୍ଧ୍ୟଣୀ ପ୍ରମୁଖ ଉପସ୍ଥିତ ଥିଲେ l ରାୟଗଡା ଆଞ୍ଚଳିକ ଶିଳ୍ପକେନ୍ଦ୍ରର ଅଧିକାରୀ ସବ୍ୟସାଚୀ ସାହୁ ଧନ୍ୟବାଦ ଅର୍ପଣ କରିଥଲେ l