Home ଆଞ୍ଚଳିକ ମହେନ୍ଦ୍ର ମହାଉତ୍ସବ ଉଦଘାଟିତ

ମହେନ୍ଦ୍ର ମହାଉତ୍ସବ ଉଦଘାଟିତ

13

ପାରଳାଖେମୁଣ୍ଡି,୫।୧(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ରାୟଗଡବ୍ଳକ ସ୍ଥିତହାଇସ୍କୁଲ ପଡିଆ ଠାରେ ମହେନ୍ଦ୍ର ମହାଉତ୍ସବ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରିଥିଲେ। ବ୍ଲକ ଅଧ୍ୟକ୍ଷ ଧନେଶ୍ବର ଭୂୟାଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପାରଳା ବିଧାୟକ କେ ନାରାୟଣ ରାଓ, ବିଡିଓ ଲୁକାଶ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୀତା ରାଣୀ ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଆର. ବିଜୟ କୁମାର, ଜିଲ୍ଲା ପରିଷଦ ସଭ୍ୟ ଜାକୋବ ମାଝୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ଏହି ବ୍ଲକରେ ଏକ ସହୃଦୟପୁଣ୍ଣ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା। ଏହି ମହା ଉତ୍ସବ ଦୁଇ ଦିନ ଧରି ଚାଲିବର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ଦିନରେ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ଅନୁଷ୍ଠାନର ସାଂସ୍କୃତିକ ଦଳ ଓ ପରମ୍ପରା ନୃତ୍ୟ ଅନୁଷ୍ଠାତ ହୋଇଥିଲା।