Wednesday, November 11, 2026
Home ଆଞ୍ଚଳିକ ଦିଗପହଣ୍ଡି ବ୍ଲକ ରେ ବିଜୁ ଜନତା ଦଳର ପ୍ରଥମ ସାମ୍ବାଦିକ ସମ୍ମିଳନୀ।

ଦିଗପହଣ୍ଡି ବ୍ଲକ ରେ ବିଜୁ ଜନତା ଦଳର ପ୍ରଥମ ସାମ୍ବାଦିକ ସମ୍ମିଳନୀ।

70

ଦିଗପହଣ୍ଡି , ୦୬/୦୯/୨୦୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ର ପଂଚାୟତ ସମିତି ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।

ବିଜେଡି ର ବ୍ଲକ ସଭାପତି ବିଭୂତିମହାପାତ୍ର ତତ୍ତ୍ଵାବଧନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି।ସେହି ସାମ୍ୱାଦିକ ସମ୍ମିଳନୀ ରେ ବିଜେଡି ଏକ ଶୃଙ୍ଖଳିତ ଦଳ ଏବଂ ଦିଗପହଣ୍ଡି ଏକ ଶାନ୍ତିପୁର୍ଣ୍ଣ ନିର୍ବାଚନ ମଣ୍ଡଳୀ ବୋଲି ଚର୍ଚ୍ଚା ହୋଇଥିଲା।

ଏହି ସମ୍ଭାଦିକ ସମ୍ମିଳନୀ ର ଆଲୋଚନା ରେ “ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାରର ସମ୍ବାଦ ଦେଇ ଦଳୀୟ ବିଶୃଙ୍ଖଳା କରିବା ପାଇଁ ପ୍ରୟାସ କରୁଛନ୍ତି ତେଣୁ ଆମ୍ଭେମାନେ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିବା ସହିତ ନିନ୍ଦା କରୁଛୁ ବୋଲି ଉପସ୍ଥାପନ କରୁଥିଲେ

ଏବଂ କିଛି ବ୍ୟକ୍ତି ଦଳ ରେ ରହି ଏହି ଭଳି ବିଶୃଙ୍ଖଳା ସୃଷ୍ଟି କରେ ତାକୁ ତୁରନ୍ତ ଦଳ ରୁ ବହିଷ୍କୃତ କରିବା ପାଇଁ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ରେ ସୁନିତା ସେଠୀ ( ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା) , ବିଭୂତି ମହାପାତ୍ର ( ବିଜେଡି ବ୍ଲକ୍ ସଭାପତି),

M. ନିରଞ୍ଜନ ରେଡ୍ଡୀ ,କୃଷ୍ଣ ସେଠୀ , ରଂଜନ ସାହୁ, M. ଶ୍ୟାମଘନ, S. ସଦାନନ୍ଦ ଦୋରା ସହିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ଏବଂ କେତେକ ବୁଦ୍ଧିଜୀବୀ ମାନେ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଅଛି। ଦିଗପହଣ୍ଡି ରୁ ରଞ୍ଜନ କୁମାର ସେଠୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।