Thursday, November 12, 2026
Home ଆଞ୍ଚଳିକ ଶାନ୍ତି ଜ୍ୟୋତି ଭବନ ରେ ଗୁରୁ ଦିବସ ।

ଶାନ୍ତି ଜ୍ୟୋତି ଭବନ ରେ ଗୁରୁ ଦିବସ ।

91

ବ୍ରହ୍ମପୁର , ୦୬/୦୯/୨୨ ( ଜିଲ୍ଲା ଖବର ) : ଶାନ୍ତି ଜ୍ୟୋତି ଭବନ ନିଳାଚଳ ନଗର, ବ୍ରହ୍ମପୁର – ପ୍ରଜାପିତା ବ୍ରହ୍ମାକୁମାରୀସ୍ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଗୁରୁ ଦିବସ ପାଳନ ଅବସରରେ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମେଡିକାଲ କଲେଜର ଅବସର ପ୍ରାପ୍ତ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ପୂର୍ଣ ଚନ୍ଦ୍ର ମହାରଣା,

ଅନ୍ୟତମ ଅତିଥି ଭାବେ ହୁମା କଲେଜର ଅଧ୍ୟକ୍ଷ ଭ୍ରାତା ନିରଞ୍ଜନ ରଥ ଏବଂ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଶିକ୍ଷକ ଭ୍ରାତା ସୁନୀଲ କୁମାର ଗଉଡ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ।

ବ୍ରହ୍ମାକୁମାର ଡାକ୍ତର ପ୍ରକାଶ ଚନ୍ଦ୍ର ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ବ୍ରହ୍ମାକୁମାରୀ ଭଗ୍ନୀ ପ୍ରଶଂସା ମୂଲ୍ଯନିଷ୍ଠ ଶିକ୍ଷା ବିଷୟରେ ଆଲୋକପାତ କରି ସମସ୍ତଙ୍କୁ ରାଜଯୋଗର ଅଭ୍ୟାସ କରାଇଥିେଲ।

ପରିଶେଷ ରେ ମଞ୍ଚାସୀନ ଅତିଥି ମାନଙ୍କ ସମେତ ସମସ୍ତ ଶିକ୍ଷାବିତ ମାନଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ମାନ ସମ୍ବର୍ଧନା କରାଯାଇଥିଲା ତତ୍ ସହିତ ଈଶ୍ବରୀୟ ଉପହାର ପ୍ରଦାନ କରିଥିଲେ।