ନକଲି ଡିଟରଜେଣ୍ଟ ପାଉଡର, ଲୁଣ ଜବତ ।

61

କଟକ , ୦୬/୦୯/୨୨ ( ଜିଲ୍ଲା ଖବର ) :ଫୁଲନଖରା ହଂସପାଳ ନିକଟସ୍ଥ ଶିବଶକ୍ତି ନଗର ଲେନ୍ ୧୫ ରେ ପୋଲିସ ଚଢାଉ କରି ନକଲି ଡିଟରଜେଣ୍ଟ ପାଉଡର ଓ ଲୁଣ ଜବତ କରିଛି।

ନକଲି ଡିଟରଜେଣ୍ଟ ପାଉଡର ଓ ସଲ୍ଟ  ସର୍ଫ ଏକ୍ସେଲ ଓ ଟାଟା ସଲ୍ଟ ଭଳି ନାମିଦାମୀ କମ୍ପାନୀର  ପ୍ୟାକେଟରେ  ଭର୍ତ୍ତି କରି ବଜାରରେ ବିକ୍ରି କରୁଥିଲେ।

ପାହାଳ ଥାନା ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର  ନକଲି  ସାମଗ୍ରୀ ଜବତ କରାଯାଇଛି। ସର୍ଫ ଏକ୍ସେଲ ଓ ଟାଟା ସଲ୍ଟର ଲୋଗୋ ଲାଗିଥିବା ଜରି ପୋଲିସ ଜବତ କରିଛି।

ତେବେ ଏହି ନକଲି କାରଖାନାର ମାଲିକ ଫେରାର ହୋଇଯାଇଥିବା ବେଳେ ସେଠାରେ ଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜିଲ୍ଲା ଖବର ।