Wednesday, October 14, 2026
Home ଆଞ୍ଚଳିକ ବାଲିଯୋଡ଼ି ଗ୍ରାମରେ ଗୁରୁସେବା ପରିଷଦ ଦ୍ଵାରା ପବିତ୍ର ଗୁରୁଦିବସ ମହୋତ୍ସବ ପାଳନ ଅନୁଷ୍ଠିତ।

ବାଲିଯୋଡ଼ି ଗ୍ରାମରେ ଗୁରୁସେବା ପରିଷଦ ଦ୍ଵାରା ପବିତ୍ର ଗୁରୁଦିବସ ମହୋତ୍ସବ ପାଳନ ଅନୁଷ୍ଠିତ।

55

ଦିଗପହଣ୍ଡି , ୦୫/୦୯/୨୦୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ କରପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଲିଯୋଡି ଗ୍ରାମର କଲ୍ୟାଣ ମଣ୍ଡପ ପରିସର ରେ ବହୁ ଆଡମ୍ବର ଓ ଆନନ୍ଦର ସହିତ ଗୁରୁଦିବସ ପାଳନ କରାଯାଇଅଛି।

ଏହି ଗୁରୁଦିବସରେ ଦିଗପହଣ୍ଡି ଗୁରୁସେବା ପରିଷଦର ଶ୍ରୀ ରବୀନ୍ଦ୍ରଗୋସ୍ଵାମୀଙ୍କ ଦ୍ଵାରା ଗୁରୁଦିବସ ମହୋତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଅଛି। ଏହି ଗୁରୁଦିବସ ଉତ୍ସବରେ ସମସ୍ତ ଗୁରୁଜନ ଡକ୍ଟର ରାଧାକୃଷ୍ଣଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ପାଳନ କରାଯାଇଥିଲା।

ଏହି ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ କୁରେସୁ ସେଠି (ବିଇଓ), ମୁଖ୍ୟ ବକ୍ତା ଗଣେଷ ପ୍ରସାଦ ପଣ୍ଡା , ସନ୍ନମାନୀତ ଅଥିତି ଇ.ସୂଯ୍ୟନାରାୟ ପାତ୍ର ,କାଯ୍ୟକ୍ରମ ସଞ୍ଜଜନା ଆଚାଯ୍ୟ ଆଦିକନ୍ଧ ସାହୁ, ସନମାନୀତ ଅତିଥି ଅତିରିକ୍ତ ଗୋଷ୍ଠି ଅଧିକାରୀ ବଳା ମାଝି ଓ

ଦିଗପହଣ୍ଡି ବ୍ଲକ ସମସ୍ତ ଅବସର ପ୍ରାପ୍ତ ଗୁରୁଜନ ଏବଂ ଦିଗପହଣ୍ଡି ବ୍ଲକ ର ଅବସର ପ୍ରାପ୍ତ ଅଫିସର ମାନଙ୍କୁ ସନମାନିତ କରାଯାଇଥିଲା ଏବଂ ବାଲିଯୋଡି ଗ୍ରାମର ସମସ୍ତ ଯୁବ କମିଟି ବୁନ୍ଦ ଉପସ୍ଥିତ ରହି ଗୁରୁଦିବସ ପାଳନ କରିଥିଲେ।

ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀ ଙ୍କ ରିପୋର୍ଟ ଜିଲ୍ଲା ଖବର।