Friday, November 13, 2026
Home ଆଞ୍ଚଳିକ ଚନ୍ଦ୍ରିକା ଆବାସିକ ବିଦ୍ୟାମନ୍ଦିର ରେ ଗୁରୁପୂଜନ ଉତ୍ସବ ପାଳନ l

ଚନ୍ଦ୍ରିକା ଆବାସିକ ବିଦ୍ୟାମନ୍ଦିର ରେ ଗୁରୁପୂଜନ ଉତ୍ସବ ପାଳନ l

86

ଶେରଗଡ , ୦୫/୦୯/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲା ପିତଳ ଛକ ସ୍ଥିତ ଚନ୍ଦ୍ରିକା ଆବାସିକ ବିଦ୍ଯାଳୟରେ ଆଜି ଗୁରୁ ଦିବସ ଉପଲକ୍ଷେ ପ୍ରଧାନାଚାର୍ଯ୍ଯ ଇଂ. ବିଚିତ୍ରାନନ୍ଦ ମୁନୀଙ୍କ ସଭାପତିତ୍ଵରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ମୂଖ୍ଯଅତିଥି ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ସ୍ଵର୍ଗତ ଡକ୍ଟର ରାଧାକୃଷ୍ଣନଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଉଦ୍ଘାଟନ କରିଥିଲେ।ଏଥିରେ ଅଧ୍ଧାପିକା ବିଷ୍ଣୁପ୍ରିୟା ପଣ୍ଡା ମୁଖ୍ଯବକ୍ତା ଓ ସମ୍ମାନୀତ ଅତିଥି ରୂପେ ଶିକ୍ଷାବିତ ଲିଙ୍ଗରାଜ ଜେନା,

କାମରାଜୁ ମୂନୀ, ଏ. ଯୁଧିଷ୍ଟିର ଦୋରା, ଭାଷ୍କର ରାଉତ, ପଂଚାନନ ସ୍ଵାଇଁ ଓ ନାଟ୍ଯଗୁରୁ ପ୍ରଫୁଲ ବେହରା ପ୍ରମୁଖ ଗୁରୁ ଦିବସ ପାଳନର ତାତ୍ପର୍ଯ୍ଯ ସଂପର୍କରେ ଉଦବୋଧନ ଦେଇଥିଲେ।


ପ୍ରାରମ୍ଭରେ ଛାତ୍ରଛାତ୍ରୀମାନେ ସ୍ଵାଗତ ସଂଗୀତ ଗାନ କରିଥିଲେ। ଉପସ୍ଥିତ ଥିବା ମିଡିଆ ହାଉସର ସମସ୍ତ ସଦସ୍ଯମାନଙ୍କୁ ସମ୍ମାନୀତ କରାଯିବା ସହ ସାତ ଜଣ ଆଦର୍ଶଶିକ୍ଷକଙ୍କୁ ମଧ୍ଧ ଉତ୍ସବରେ ସଂବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ଯକ୍ରମରେ ବିଦ୍ଯାଳୟର ସମସ୍ତ ଗୁରୁଜୀଗୁରୁମାଙ୍କ ସମେତ ସ୍ଥାନୀୟ ବହୁ ଭଦ୍ରବ୍ଯକ୍ତି ଯୋଗ ଦେଇଥିଲେ।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲା ଖବର ।