Home ଆଞ୍ଚଳିକ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୩୬ ତମ ମିଳିତ ବାର୍ଷିକ ଉତ୍ସବ ସମାରୋହ

ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୩୬ ତମ ମିଳିତ ବାର୍ଷିକ ଉତ୍ସବ ସମାରୋହ

21

ଆସିକା,୦୪/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନ ନଳବଟାଂ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପଚାଂୟତ ଉଚ୍ଚ ବିଦ୍ୟାଳୟ ଠାରେ ୩୬ ତମ ମିଳିତ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠୀତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ମୁଖ୍ୟବକ୍ତା ଭାବେ ପୁରୁଷୋତମପୁର ବିଡିଓ ସିମାଚଂଳ ମହାନ୍ତି,ଆସିକା ବ୍ଲକ ଅଧ୍ୟକ୍ଷ ହରେକୃଷ୍ଣ ମଲ୍ଲୀକ,ଆସିକା ବ୍ଲକ ଆତ୍ମା ଅଧ୍ୟକ୍ଷ ଭଗବାନ ପ୍ରଧାନ,ସରପଚଂ ସୁମିତ୍ରା ପ୍ରଧାନ,ସମିତିସଭ୍ୟ ରଶ୍ମିତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପଚାଂୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା । ଏହି ଉତ୍ସବରେ ଅତିଥି ମାନଙ୍କ ପରିଚୟ ପ୍ରଦାନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ପାତ୍ର ପ୍ରଦାନ କରିଥିଲେ ।

ଏହାପରେ ବନ୍ଦନା ଓ ବେଦପାଠ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ ଅତିଥି ମାନେ ସୋନଙ୍କ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟା ଅଟଇ ମହାଧନ ବୋଲି ସମ୍ଭୋଧନ କରିଥିଲେ । ଦେଶରେ ଘଟୁଥିବା ବିଭିନ୍ନ ଘଟଣା ଓ ସଫଳତା ପାଇଥିବା ମହାନ ବ୍ୟକ୍ତି ମାନଙ୍କ ନିତୀ ଓ ଆଦର୍ଶକୁ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ବର୍ତମାନ ସମୟରେ ଛାତ୍ରଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ ସାଙ୍ଗକୁ ନୈତିକ ଓ ବାସ୍ତବ ଜୀବନରେ କେଉଁ ଶିକ୍ଷା ଆବଶ୍ୟକ ତାହା ଉପରେ ମତବ୍ୟକ୍ତ କରିଥିଲେ । ଆଧ୍ୟାତ୍ମିକ ଜ୍ଞାନ ଆହରଣ, ଗୁରୁ ଛାତ୍ର ସମ୍ପର୍କ,ଗୁରୁ ପୂଜା,ବ୍ୟାୟାମ,ପ୍ରାଣାୟମ,ଯୋଗ, ପିତୃମାତୃ ପୂଜନ ଭଳି ଜ୍ଞାନ ସମ୍ଭନ୍ଧୀୟ ଶିକ୍ଷା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ବ୍ରହ୍ମପୁର ଏମଜେ ଭାଇରସ ଡ୍ୟାନ୍ସ ଗ୍ରୁପ ନିର୍ଦ୍ଧେଶିତ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାୟ ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟରେ ଅଭିଭାବକ ଓ ଶିକ୍ଷକ,ଶିକ୍ଷୟତ୍ରୀ ଯୋଗ ଦେଇ ଉତ୍ସବର ଶୋଭା ବଢାଇଥିଲେ ।