ଗାଁ ମୁହାଁ ହେଲେଣି ବନ୍ୟଜନ୍ତୁ, ମହିଳା ଗୁରୁତର।

88

ଭଞ୍ଜନଗର , ୦୪/୦୯/୦୨୨ ( ଜିଲ୍ଲା ଖବର ) : ଜଙ୍ଗଲ ଓ ଚରାଭୁମିର ଅଭାବ ଯୋଗୁଁ ବର୍ତ୍ତମାନ ବନ୍ୟା ପ୍ରାଣୀ ଗାଁ ମୁହାଁ ହେଵାରେ ଲାଗିଛନ୍ତି। ଘଞ୍ଚ ଜଂଗଲ ପଦାହେବା, ଜଂଗଲ ଭିତରେ ଲୋକଙ୍କ ଅବାଧ ପ୍ରଵେଶ ଏବଂ ଖାଦ୍ୟ ଅଭାବ ରୁ ଅନେକ ବନ୍ୟା ପ୍ରାଣୀ ଜଂଗଲ ନିକଟବର୍ତ୍ତୀ ଗ୍ରାମ ଭିତରକୁ ପଶି ଆସି ଫସଲ ନଷ୍ଟ କରିବା ସହ ମଣିଷ ସହିତ ମୁହାଁମୁହିଁ ହେଉଛନ୍ତି।

ଉତ୍ତର ଘୁମୁସର ବନଖଣ୍ଡ ତାରସିଂଗି ବନାଞ୍ଚଳ କୋକଳବା ଗ୍ରାମରେ ରବିବାର ଭୋର ସକାଳ ପ୍ରାୟ ୫ଘଣ୍ଟିକା ସମୟରେ , ଘରର ବାଡ଼କୁ ଭାଗିଂ , ଭିତରକୁ ପଶି ବାରହା ଜଣେ ମହିଳା ଙ୍କୁ ଆକ୍ରମଣ କରିଛି। ମହିଳା ଜଣକ ରବିନ୍ଦ୍ର ସାହୁଙ୍କ ସ୍ତ୍ରୀ ଵୈଜୟନ୍ତି ସାହୁ (୩୦)। ବାରହା ଟି ଗ୍ରାମ ନିକଟସ୍ଥ ଲଷ୍ମୀ ମୂଣ୍ଡିଆ ପାହାଡ ରୁ ଆସି ଘର ବାଡ଼ ଭାଂଗି ଭିତରକୁ ପଶି ମହିଳା ଜଣକୁ ଆକ୍ରମଣ କରିଥିବା ଜଣାପଡିଛି।

ପରିବାର ଲୋକେ ତାଙ୍କୁ ଉଦ୍ଦାର କରି ଭଞ୍ଜନଗର ମେଡ଼ିକାଲ୍ ରେ ଭର୍ତ୍ତି କରାଇଛନ୍ତି। ଵିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପ୍ରକାଶ ଯେ, କିଛି ଦିନ ପୂର୍ବେ ପଇତାଗାଁ ଗ୍ରାମର କୀର୍ତ୍ତନ ବିଷୋୟି ନିଜ ଜମିରେ ସାର ପକାଉଥିବା ଵେଳେ ଭାଲୁ ଆକ୍ରମଣ ରେ ଗୁରୁତର ଆହତ ହୋଇଥିଲେ।

ବର୍ତ୍ତମାନ ଧାନ ଫସଲର ସମୟ ହୋଇଥିବାରୁ ବିଭିନ୍ନ ଗ୍ରାମ ଗୁଡ଼ିକରେ ବାରହା ଦଳ ଙ୍କ ଉପଦ୍ରବ ଲାଗିରହିଥିବା ଜଣାପଡିଛି। ବନ ବିଭାଗ ପକ୍ଷରୁ ଘଟଣାକୁ ଗୁରୁତର ସହ ନିଆଯାଇ କୃଷକ ମାନଙ୍କୁ ସହଯୋଗ କରାନଗଲେ , ଆଗାମୀ ଦୀନରେ ଫସଲ ନଷ୍ଟ ହେବା ସାଂଗକୁ ଵହୁ ନିରିହ ଲୋକ ଜଗଂଲି ଜନ୍ତୁମାନଙ୍କ ର ଶିକାର ହେଵେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ।