
ବ୍ରହ୍ମପୁର , ୦୪/୦୯/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁରରେ ଚାଲିଛି ଅଗ୍ର ଦେବତା ପ୍ରଭୁ ଗଜାନନ ପୂଜା ସହରର ସବୁ ସ୍କୁଲ, କଲେଜ, ଅଫିସ ଓ ବିଭିନ୍ନ ସାହିରେ ଧୁମ ଧାମ ରେ ପାଳନ କରାଯାଉଛି ।
ଭକ୍ତ ମାନଙ୍କ ମନରଞ୍ଜନ ପାଇଁ ପୂଜା କମିଟି ତରଫରୁ ଭଜନ ସମାରୋହ, ମେଲୋଡି, ରେକଡ଼ ଡ୍ୟାନ୍ସ ଭଳି ମନରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା


ବେଳେ ଲୋଚାପଡା ରୋଡ ବ୍ରଜରନଗର ୩ ନଂ ଲାଇନର ଯୁବକ ସଙ୍ଘ ଏହି ପୂଜାକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ।


ଓଡିଶାରୁ ଲୋପ ପାଉଥିବା ଲୋକନୃତ୍ୟ ଭାରତ ଲୀଳା ପରିବେଷଣ କରାଯାଇଥିଲା ଖୁବ ଆନନ୍ଦର ଏହି ନୃତ୍ୟକୁ ଉପଭୋଗ କରୁଥିଲେ ।


