Monday, October 12, 2026
Home ଆଞ୍ଚଳିକ ଆଖୁଚାଷୀଙ୍କ ମଧ୍ୟରେ ଭଲେଣି ସୃଷ୍ଟି ହୋଇଛି ପାଣିକୁ ନେଇ ।

ଆଖୁଚାଷୀଙ୍କ ମଧ୍ୟରେ ଭଲେଣି ସୃଷ୍ଟି ହୋଇଛି ପାଣିକୁ ନେଇ ।

100

ଆସିକା , ୦୪/୦୯/୨୨ ( ଜିଲ୍ଲା ଖବର ) : ଋଷିକୂଲ୍ୟା କେନାଲ ମରାମତି ପାଇଁ ପାଣି ଛାଡିବା ସମ୍ଭବ ନଥିବା ଜଳସେଚନ ବିଭାଗ ପକ୍ଷରୁ ସଜବାଜ ହେଉଥିବାରୁ ଆଖୁଚାଷୀଙ୍କ ମଧ୍ୟରେ ଭଲେଣି ସୃଷ୍ଟି ହୋଇଛି।

ଏନେଇ ଢଉଗାଁ ସ୍ଥିତ ଜଳ ସେଚନ ବିଭାଗ ଡାକ ବଙ୍ଗଳା ଠାରେ ଜିଲ୍ଲାର ବିଭିନ୍ନ ବ୍ଲକର ଶତାଧିକ ଆଖୁଚାଷୀ ମେଳି ବାନ୍ଧି ଏକତ୍ରିତ ହୋଇଥିଲେ।

ଜଳ ସେଚନ ବିଭାଗ ର ମୁଖ୍ୟ ଅଧିକ୍ଷଣ ଯନ୍ତ୍ରୀ ,ଭଞ୍ଜନଗର ଗୋକୁଳ ଚନ୍ଦ୍ର ପାଢ଼ୀ, ଉପସ୍ଥିତ ରହି ଏକ ବୈଠକ ଅନୁଷ୍ଠିତ ହୋଇଥିଲା lଏଥିରେ ଆସିକା ତହସିଲଦାର ସଞ୍ଜୟ ସାମନ୍ତରାୟ,

ଶେରଗଡ଼ ତହସିଲଦାର dr ଦୟାସିନ୍ଧୁ ପରିଡା ,ଧରାକୋଟ ତହସିଲଦାର କବିରାଜ ପ୍ରଧାନ ,ଚିନୀଶିଳ୍ପ ବିଭାଗ ର ଅଧିକାରୀ ଓ ଜଳସେଚନ ବିଭାଗର ବିଭିନ୍ନ ଅଧିକାରୀ,

ଗଞ୍ଜାମ ଜିଲ୍ଲା ଆଖୁ ଚାଷୀ ସଂଘ ଓ କର୍ମକର୍ତ୍ତା ଏବଂ ଚାଷୀ ଉପସ୍ଥିତ ରହି ଆଖୁଚାଷ ପାଇଁ ପାଣିର ଯେଉଁ ସମସ୍ୟା ହେବ ତାହାକୁ ଉପସ୍ଥାପନ କରିଥିଲେ।

ଉପସ୍ଥିତ ଅଧିକାରୀମାନେ ଆଖୁ ଚାଷୀଙ୍କ ସହ ଆଲୋଚନା କରି ଶେଷରେ ପାଣି ଯୋଗାଇବା ବ୍ୟବସ୍ଥା କରିବା ସହ ନଭେମ୍ବର ମାସ ଠାରୁ ଫେବ୍ରୁଆରୀ ମାସ ପଯ୍ୟନ୍ତ କେନାଲ ଗୁଡିକ ମରାମତି କରାଯିବ ବୋଲି ମତ ରଖିଥିଲେ।

ଆଖୁ ଚାଷୀ ଙ୍କ ସମସ୍ୟା ଦିଗରେ ସମାଧାନ ହେବ ଓ ପର୍ଯ୍ୟାପ୍ତ ପରିମାଣରେ ଆଖୁ ଚାଷ ଜମିକୁ ପାଣି ଯୋଗାଇ ଯିବ ବୋଲି ପ୍ରତିଶୃତି ଚାଷୀଙ୍କୁ ମିଳିଥିଲା।
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଜିଲ୍ଲ୍ଲା୍ ଖବର ।