
ଆସିକା,୦୪/୦୧(କ୍ଷୀରୋଦ ଚନ୍ଦ୍ର ବେହେରା) ; ଆସିକା ବିଜେପି ଘୁମୁସର ଜିଲ୍ଲା ସାଂଗଠନିକ ପକ୍ଷରୁ ନାଗରିକତା ସଂଶୋଧନ ଆଇନ ତଥ୍ୟ ଓ ସତ୍ୟ ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସିକା ଟାଉନହଲ ସଭାଗୃହ ଠାରେ ଅନୁଷ୍ଟିତ ହୋଇଥିବା ବେଳେ ନବନିର୍ବାଚିତ ବିଜେପି ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଜେପି ରାଜ୍ୟପ୍ରବକ୍ତା ସତ୍ୟବ୍ରତ ପଣ୍ଡା,ବିଜେପି ନେତ୍ରୀ ଅନିତା ପ୍ରିୟଦର୍ଶନୀ ପଟ୍ଟନାୟକ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୂର୍ଯ୍ୟନାରାୟଣ ଦାଶ,ରାଜ୍ୟ ପରିଷଦ ସଦସ୍ୟ ନାରାୟଣ ବେହେରା,ଜିଲ୍ଲା ବିଜେପି ସମ୍ପାଦକ ଦୁର୍ଗାଚରଣ ପଟ୍ଟନାୟକ,ଆସିକା ବିଧାନ ସଭା ପ୍ରାର୍ଥି ଦେବରାଜ ମହାନ୍ତି,କବିସୂର୍ଯ୍ୟନଗର ବିଧାନସଭା ପ୍ରାର୍ଥି ରଞ୍ଜନ କୁମାର ପୋଲାଇ,ପୋଲସରା ଗଙ୍ଗାଧର ନାୟକ,ପ୍ରଭାକର ପଣ୍ଡା,ସାନଖେମୁଣ୍ଡି ବିଧାୟକ ପ୍ରାର୍ଥି ବିଜୟ ସ୍ୱାଇଁ,ଭଞ୍ଜନଗର ବିଧାୟକ ପ୍ରାର୍ଥି ବିନାୟକ ତ୍ରିପାଠି,ପ୍ରଦ୍ୟୁମ୍ନ ନାୟକ,ନିଳମଣି ପାତ୍ର,ଜିଲ୍ଲା ପ୍ରତିନିଧି ବିପିନ ବିହାରୀ ପାଢୀ,ଖଲ୍ଲିକୋଟ ବିଜେପି ବିଧାୟକ ପ୍ରାର୍ଥୀ ଭାରତୀ ବେହେରା,ସୋରଡା ବିଧାୟକ ପ୍ରାର୍ଥି ନିଳ ବିଷୋୟୀ,ଭଞ୍ଜନଗର ପୁର୍ବତନ ଘୁମୁସର ସାଂଗଠନିକ ଉପସଭାପତି ସନ୍ତୋଷ ପାଳ,ବରିଷ୍ଠ ବିଜେପି ନେତା ଅଭିମନ୍ୟୁ ରାଉତ, ବିଜେପି ନେତା ନାରାୟଣ ହୋତା,ପୂର୍ବତନ ସଭାପତି ଭଗବାନ ପଣ୍ଡା,ରାଜ୍ୟ ପରିଷଦ ଶିଶିର ମିଶ୍ର,ଅନିଲ ପଣ୍ଡା,କେନ୍ଦୁପଦର ମଣ୍ଡଳ ସଭାପତି ପ୍ରଶାନ୍ତ ଚର୍ଚ୍ଚି,ହରିଡାପଦର ପ୍ରଶ୍ନ କୁମାର ସ୍ୱାଇଁ,ଭେଟନଇ ମଣ୍ଡଳ ସଭାପତି ଟୁଲୁ ଜେନା,ଏ.ବରିଡା ମଣ୍ଡଳ ସଭାପତି ସୁରେଶ ପ୍ରଧାନ,ବାଲିସିରା ମଣ୍ଡଳ ସଭାପତି ଦୁର୍ଯ୍ୟୋଧନ ଖଣ୍ଡୁଆଳ,ସୁରେନ୍ଦ୍ର ଦଳେଇ,ଜଗନ୍ନାଥ ଜେନା,ଭଗବାନ ବେହେରା,ଦେବକାନ୍ତ ଶର୍ମା,ଦେବାଶିଷ ପଣ୍ଡା,ଜିଲ୍ଲା ସାଧାରଣ ସମ୍ପାଦକ ନୀଳମାଧବ ପାତ୍ର,ଜିଲ୍ଲା ଉପସଭାପତି ସନ୍ତୋଷ ତିଆଡି,ଉପସଭାପତି ଅନିଲ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସୁର୍ଯ୍ୟନାରାୟଣ ଦାଶ ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ମଚଂ ପରିଚାଳନା କରି ବୈଠକର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ।

ଏହାପରେ ଦଳୀୟ କର୍ମୀ ମାନେ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିବା ସହିତ ନୁଆ ବର୍ଷର ଶୁଭେଚ୍ଚା ଜଣାଇଥିଲା । ଏହି ବୈଠକରେ ଦେଶବ୍ୟାପି ନାଗରିକ ସଂଶୋଧନ ଆଇନକୁ କଂଗ୍ରେସ ସମେତ ଅନ୍ୟ ବିରୋଧି ଦଳ ଗୁଡିକ ବିରୋଧ କରିଥିବା ସହିତ କେନ୍ଦ୍ର ସରକାର ସିଏଏ ପରେ ଏନଆରସି ଲାଗୁ କରିବ ନେଇ ପ୍ରଚାର ହେବାରୁ ରାଜ୍ୟ ଶାସକ ଏହାକୁ ବିରୋଧ କରିଥିବା ଆଲୋଚନା କରାଯାଇଥିଲା । ସିଏଏକୁ ସମର୍ଥନ ଦେବା ପରେ ଏନଆରସିକୁ ବିରୋଧ କରି ଏବେ ଏନପିଆର ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ପ୍ରଦାନ କରାଯାଇଥିଲା । ରାଜ୍ୟ ସରାକର କେନ୍ଦ୍ରର ନିର୍ଦ୍ଦେଶ ଅନୁଯାୟୀ ରାଷ୍ଟ୍ରୀୟ ଜନଗଣନା ବା ଏନପିଆରକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ବୋଲି ରଜସ୍ୱମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିବା ସୂଚନାପ୍ରଦାନ କରାଯାଇଥିଲା । କେନ୍ଦ୍ରରେ ନରେନ୍ଦ୍ର ମୋଦି ଯେଉଁ ନାଗରିକତା ସଂଶୋଧନ ଆଇନ ଆଣିଛନ୍ତି ସେହି ଆଇନ ଫଳରେ ପାକିସ୍ଥାନ,ବାଙ୍ଗଲାଦେଶ,ଆଫଗାନିସ୍ଥାନରେ ଧାର୍ମିକ ଉପ୍ତିଡନର ଶୀକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ହିନ୍ଦୁ,ବୈାଦ୍ଧ,ଶିଖ,ଜୈନ,ପାର୍ସୀ,ଖ୍ରୀଷ୍ଟିୟାନ ମାନଙ୍କୁ ଭାରତର ନାଗରିକତା ଦିଆଯିବ ।
ଏହି ଆଇନ କାହା ବିରୋଧ ନୁହେଁ ବରଂ ସେହି ୩ଟି ଦେଶର ନିର୍ଯ୍ୟାତିତ ସଂଖ୍ୟାଲଘୁ ମାନଙ୍କୁ ମାନବିକ ଅଧିକାର ଦେବାର ବ୍ୟବସ୍ଥା ବୋଲି ବୈଠକରେ ଆଲୋଚନା କରାଯାଇଥିଲା । ମୋଦି ସରକାର ନାଗରିକତା ସଂଶୋଧନ ନିୟମ ୨୦୧୯ ସଂସଦରେ ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଅସଲ ଶ୍ରଦ୍ଧାଞ୍ଜଳୀ ବୋଲି ମତବ୍ୟକ୍ତ କରାଯାଇଥିଲା । ଏହି ପଦକ୍ଷେପ ଧର୍ମ ଆଧାରରେ ହୋଇଥିବା ବିଭାଜନରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇ ଅତ୍ୟାଚାରିତ ହୋଇଥିବା ସେହି ପିଡିତା ମାନଙ୍କ ମାନବଅଧିକାରକୁ ସୁନିଶ୍ଚିନ୍ତ କରିବ । ଏହି ଆଇନ କୈାଣସି ଭାରତୀୟଙ୍କ ନାଗରିକତା ହଟାଯିବନି,ନାଗରିକତା ଆଇନ ହେଉ କିମ୍ବା ଅନ୍ୟ କୈାଣସି ନିୟମରେ ମଧ୍ୟ କୈାଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି, ଏହାକୁ ନେଇ ବିରୋଧି ପକ୍ଷରୁ ଭୁଲ ପ୍ରଚାର କରାଯାଉଛି ବୋଲି କୁହାଯାଇଥିଲା । ନାଗରିକତା ସଂଶୋଧନ ଆଇନ ଅନୁଯାୟୀ କୈାଣସି ମୁସଲିମ ସମ୍ପ୍ରଦାୟଙ୍କ ସମେତ କାହାରି ନାଗରିକତ୍ୱ ଉପରେ କୈାଣସି ପ୍ରଭାବ ପଡିବନି ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଶେଷାରେ ଘୁମୁସର ଜିଲ୍ଲା ରାଜ୍ୟ ପରିଷଦ ସଦସ୍ୟ ନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।



