Saturday, November 14, 2026
Home ଆଞ୍ଚଳିକ ସୁନ୍ଦରପୁର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଏକ୍ସଟ୍ରା ମୋରାଲ କମ୍ପିଟିସନ୍(EXTRA MORAL COMPETITION ).

ସୁନ୍ଦରପୁର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି ଏକ୍ସଟ୍ରା ମୋରାଲ କମ୍ପିଟିସନ୍(EXTRA MORAL COMPETITION ).

56

ସାନଖେମୁଣ୍ଡି , ୦୪/୦୯/୨୦୨୨ ( ଜିଲ୍ଲା ଖବର ) : ସ୍ୱାସ୍ଥ୍ୟର ପୂର୍ଣ୍ଣାଙ୍ଗ ବିକାଶ ସହିତ କ୍ରୀଡ଼ା କ୍ଷେତ୍ରରେ ଛାତ୍ର ଛାତ୍ରୀ ମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ସବଜୋନ ସ୍ତରୀୟ ଏକ୍ସଟ୍ରା ମୋରାଲ କମ୍ପିଟିସନ୍ EXTRA MORAL COMPETITION ଆୟୋଜିତ ହୋଇଯାଇଛି ।

ଗଞ୍ଜାମ ଜିଲ୍ଲା, ସାନ ଖେମୁଣ୍ଡି ବ୍ଳକ୍, ପଟିଗୁଡ଼ା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ସୁନ୍ଦରପୁର ଠାରେ।ଏହି ପ୍ରତିଯୋଗିତାରେ ୧୧ ଟି ବିଦ୍ୟାଳୟର ମୋଟ ୨୨୦ ଜଣ ଛାତ୍ର ଛାତ୍ରୀ ମଧ୍ୟରୁ ୮୦ ଜଣ ବାଳକ ଓ ୧୪୦ ଜଣ ବାଳିକା ଅଂଶ ଗ୍ରହଣ କରିଥିଲେ

। ପ୍ରତିଯୋଗିତାରେ କେବଳ ଖୋଖା ଓ କବାଡି ଖେଳ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଳକ୍ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ତତ୍ ସହିତ ସାନ ଖେମୁଣ୍ଡି BDO ଶ୍ରୀ ଗାୟତ୍ରୀ ଦତ୍ତ ନାୟକ,BEO ଶ୍ରୀ କୁରେଶୁ ସେଠୀ ABEO ଶିମାଞ୍ଚଳ ରଥ ଓ ଶୁକଦେବ ମଲ୍ଲିକ ଓ ସରପଞ୍ଚ ସିମାଞ୍ଚଳ ଗୌଡ ଆଦି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସମାରୋପ କାର୍ଯ୍ୟକ୍ରମରେ ସାଂସ୍କୃତିକ ବିଭାଗ ମୁଖ୍ୟ ପଣ୍ଡିତ ଶ୍ରୀ ଲୋକନାଥ କରଙ୍କ ସଂଯୋଜନାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ସାନ ଖେମୁଣ୍ଡିର ଉଭୟ ଜୁନିଅର୍ ଓ ସିନିୟର୍ ବାଳିକା ଦଳକୁ ଅତିଥି ମାନଙ୍କ ଦ୍ଵାରା ମାନ ପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ,ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ ପ୍ରଧାନ, କ୍ରୀଡ଼ା ଶିକ୍ଷକ ବିଚିତ୍ର ପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।

ସାନଖେମୁଣ୍ଡି ରୁ ରଞ୍ଜନ କୁମାର ସେଠୀ ଙ୍କ ରିପୋର୍ଟ ଜିଲ୍ଲା ଖବର