Home ଆଞ୍ଚଳିକ ଅବାରସିଂ ଗ୍ରାମ ପଞ୍ଚାୟତରେ ଲୋକସମ୍ପର୍କ ପଦ ଯାତ୍ରା ।

ଅବାରସିଂ ଗ୍ରାମ ପଞ୍ଚାୟତରେ ଲୋକସମ୍ପର୍କ ପଦ ଯାତ୍ରା ।

119

ଗଜପତି , ୦୪/୦୯/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅବାରସିଂ ଗ୍ରାମ ପଞ୍ଚାୟତରେ ଲୋକ ସମ୍ପର୍କ ପଦଯାତ୍ରା ଅନୁଶତିତ ହୋଇଯାଇଛି ।

ସ୍ଥାନୀୟ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଦ୍ରୌପତି ରଇତ ନାୟବ ସରପଞ୍ଚ ଶ୍ରୀ ପବିତ୍ର ଗମାଙ୍ଗ ଗ୍ରାମ ସେବକ ବିଷ୍ପଜିତ ଲିମା, ସ୍ଥାନୀୟ ପଞ୍ଚାୟତ ର ଆଶାକର୍ମୀ , ଅଙ୍ଗନବାଡ଼ି ଏବଂ ମହିଳାମଣ୍ଡଳ ମାନଙ୍କ ସହ ଶସକ୍ତିକରଣ ଅଭିଯାନ

ଲୋକ ସମ୍ପର୍କ ପଦଯାତ୍ରା କରି ପ୍ରତ୍ୟେକ ଗ୍ରାମର ଲୋକଙ୍କ ପାଖକୁଯାଇ ଓଡ଼ିଶା ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ପ୍ରକାର ଯୋଜୋନା ଓ ସାହାଯ୍ୟ ବିଷୟରେ ଅବଗତ କରାଇ ଲୋକଙ୍କୁ M.G.N.R.S କାମ ଯୋଗାଇ ଦେବା ସହ ବାର୍ଦ୍ଧକ୍ୟ ଭତ୍ତା ,ଜାଗା ,ଆବାସ ଘର ନାହିଁ ସେମାନଙ୍କୁ ଏ ସମସ୍ତ ସମସ୍ୟାରୁ ଦୂର ହେବା ପାଇଁ ସୋଚେତନତା ବାର୍ତ୍ତା ଦେଇଥିଲେ ।

ପଞ୍ଚାୟତରେ ବାଲ୍ୟ ବିବାହ ବିସୟରେ ପଞ୍ଚାୟତ ବାସୀଙ୍କୁ ସଚେତନତା ଦେଇ ବାଲ୍ୟ ବିବାହକୁ ରୋକିବାକୁ ପରାମର୍ଶ ଦେବା ସହ ଶିକ୍ଷା ଉପରେ ଅଧିକ ଗୁରୁତ୍ଵ ଦେବାକୁ ଗ୍ରାମପଞ୍ଚାୟତ ର ସମସ୍ତ ଜନସାଧାରଣଙ୍କୁ ସଚେତନତା କରିଥିଲେ ।

ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।