Home ଆଞ୍ଚଳିକ 150 ଲିଟର ମଦ ଜବତ ଓ 5000ଲିଟର ପୋଚ ନଷ୍ଟ କଲେ ପୋଲିସ ।

150 ଲିଟର ମଦ ଜବତ ଓ 5000ଲିଟର ପୋଚ ନଷ୍ଟ କଲେ ପୋଲିସ ।

18


କୋଦଳା (ଜିଲ୍ଲା ଖବର) : ଶନିବାର ଦିନ ବେଗୁନିଆପଡା ବ୍ଲକ ଚନ୍ଦନପୁର ପୁର ପଞ୍ଚାୟତ ର କିଛି ଅଞ୍ଚଳ ରେ ଚୋରା ମଦ ରନ୍ଧା ହୋଇ ବେଆଇନ ଭାବେ ବିକ୍ରି ହେଉଥିବା ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନିର୍ଦ୍ଦେଶ ପ୍ରକାରେ ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ନାୟକ ଓ ଥାନା ସବ ଇନିସ୍ପେକ୍ଟର ଅନିଲ କୁମାର ସାହୁ ନିଜର ପୋଲିସ ଟିମ ଧରି ଚନ୍ଦନପୁର ପଞ୍ଚାୟତ ମଧ୍ୟ ରେ ପ୍ରବେଶ କରି ମଦ ରନ୍ଧାଯାଉଥିବା ଏକ ଯାଗାରେ ପହଞ୍ଚି ଚୁଲି ଓ ମଦରନ୍ଧା ସାମଗ୍ରୀ ଭାଙ୍ଗିଥିଲେ ଏବଂ ବିଭିନ୍ନ ସ୍ଥାନ ରେ ଗଛ ଡାଳ ଘୋଡାଇ ପ୍ଲାଷ୍ଟିକ ବେରେଲ ରେ ପୋତାହୋଈ ମଦତିଆରି ପାଇଁ ରଖାଯାଇଥିବା 5000ଲିଟର ପୋଚ ସମେତ 150 ଲିଟର ମଦ ଜବତ କରିଥିଲେ ୲ପୋଚ ଗୁଡିକୁ ତଳେ ଢାଳି ନଷ୍ଟ କରିଥିବା ବେଳେ 150 ଲିଟର ମଦ ଓ 60 ଗୋଟି ପ୍ଲାଷ୍ଟିକ ବେରେଲ ଜବତ କରି ଆସିଥିବା ଏବଂ ସେଠାରେ କେହି ଗିରଫନଦୀ ହୋଇ ନ ଥିବା ଥାନା ଅଧିକାରୀ ପ୍ରକାସ କରିଥିଲେ ୲ବର୍ତ୍ତମାନ କୋଦଳା ବ୍ୟତୀତ ବେଗୁନିଆପଡା ବ୍ଲକ ରେ ଏମିତି ଚଡ୍ଜାଉ ଜାରି ରହିବ ବୋଲି ସେ କହିଥିଲେ ୲
ପ୍ରକାଶ ଥାଉ କି ଅକ୍ଟୋବର 2019 ଠାରୁ ନୁତନ ଭାବେ କୋଦଳା ଥାନା ଅଧିକାରୀ ଭାବେ ଦେବାଶିଷ ମହାନ୍ତି ଦାଇତ୍ଵ ଗ୍ରହଣ କରି କୋଦଳା ଅଞ୍ଚଳ ରେ ଚାଲୁଥିବା ବେଅାଇନ ମଦ ବିକ୍ରି କରି ନିଜକୁ ବଡ ମଦ ମାଫିଆ ବୋଲି କହି ବୁଲୁଥିବା ହସ୍ତୀମାନଙ୍କୁ ହାଜତ ରେ ଭର୍ତ୍ତି କରିବାରେ ସଫଳ ହୋଇଛନ୍ତି ୲ ପୋଲିସ ର କାର୍ଯାନୁଷ୍ଠାନ ରେ ବହୁ ମଦ ମାଫିଆ ଗିରଫ ହେବା ସହିତ ସେମାନଙ୍କ ମନ ରେ କୋକୁଆ ଭୟ ଶ୍ରୁସ୍ଠି ହୋଇଛି ୲ବର୍ତ୍ତମାନ ଏପରି ଗଳିକନ୍ଦିରେ ଚୋରାମଦ ବନ୍ଦ କରି ଭଲ ମଣିଷ ହୋଇଜାଆନ୍ତୁ ବୋଲି କହିବା ସହିତ ବର୍ତ୍ତମାନ ଲୋକଙ୍କୁ ବିଭିନ୍ନ ପ୍ରକାର ସଚେତନତା କରାଯାଉଛି ୲ଏଥିରେ ସେମାନେ ସୁଧୁରି ଯାଆନ୍ତୁ ବୋଲି ଥାନା ଅଧିକାରୀ ପ୍ରକାଶ କରିଥିଲେ ୲ ଥାନା ଅଧିକାରୀଙ୍କ ଏହି ଉଦ୍ୟମ କୁ ବୂଦ୍ଧିଯିବି ମାନେ ସାଧୁବାଦ ଜଣାଇଛନ୍ତି ୲