
ରାୟଗଡା , ୦୨/୦୯/୨୨ (ଜିଲ୍ଲା ଖବର) : ରାୟଗଡ ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ -୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ, ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ରାମ ପ୍ରସାଦ ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତି ଯାଜ୍ଞସେନୀ ବେହେରା ଆଦି ଉପସ୍ଥିତ ଥିଲେ ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଲାଲମୋହନ ରାଉତରାୟ ସ୍ୱାଗତ ସମ୍ଭାଷଣା ପ୍ରଦାନ କରିଥିଲେ । ଏହି ବୈଠକରେ ସୁନେତ୍ର, ଖାଦ୍ୟ ନିରାପତ୍ତା, ଜାତୀୟ ଟୋବାକୋ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ମ୍ୟାଲେରିଆ ଏବଂ ଡେଙ୍ଗୁ ନିୟନ୍ତ୍ରଣ ବିଷୟରେ ଆଲୋଚନା ହୋଇଥିଲା ।
ବୈଠକର ଆରମ୍ଭ ସୁନେତ୍ର ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା ।

ଏହି ଯୋଜନା ରେ ଜିଲ୍ଲାର ପ୍ରାୟ ୧୮୪୬ ସରକାରୀ ତଥା ସରକାରୀ ସ୍ୱୀକୃତୀ ପ୍ରାପ୍ତ ବିଦ୍ୟାଳୟର ପ୍ରାୟ ୧,୫୫,୪୦୨ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯିବ । ଚକ୍ଷୁ ପରୀକ୍ଷା ପ୍ରଥମେ ସ୍କୁଲ ସ୍ତରରେ କରାଯିବ, ସୁବିଧା ପାଇ ନ ଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ପରବର୍ତ୍ତୀ ସମୟରେ ବ୍ଲକ ସ୍ତରରେ କ୍ୟାମ୍ପ ଆୟୋଜନ କରାଯାଇ ଚକ୍ଷୁ ପରୀକ୍ଷା କରାଯିବ । ଚକ୍ଷୁ ପରୀକ୍ଷଣ କରାଯାଇ ଆବଶ୍ୟକ ସ୍ଥଳେ ଚଷମା ମଧ୍ୟ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ଆଲୋଚନା କରାଯାଇଥିଲା ।

ଖାଦ୍ୟ ନିରାପତ୍ତା ଉପରେ ଆଲୋଚନା କରାଯିବା ସମୟରେ ଜିଲ୍ଲାପାଳ ଖାଦ୍ୟରେ ବ୍ୟଭିଚାର କରୁଥିବା ବିକ୍ରେତାଙ୍କ ଉପରେ ଜରିମାନା ଦେବା ପାଇଁ ଗୁରୁତ୍ୱ ଦେଇଥିଲେ । ଏହି ବୈଠକରେ ଜରିମାନା ବୃଦ୍ଧି କରିବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ଯେଉଁମାନେ ଜରିମାନା ପୈଠ କରିବେ ନାହିଁ ସେମାନଙ୍କ ଉପରେ କଠୋର ଏବଂ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ନିର୍ଦେଶାନାମା ଖୁବଶିଘ୍ର ଜାରି କରାଯିବ ।

ସେହିପରିଭାବେ ବେଆଇନ ଟୋବାକୋ ଚାଲାଣ ରୋକିବା ନିମନ୍ତେ ଜିଲ୍ଲାପାଳ ଜୋର ଦେଇଥିଲେ । ବେଆଇନ୍ ଟୋବାକୋ ଡିଲର ଏବଂ ବିତରକ ଙ୍କୁ ଠାବା କରିବା ନିମନ୍ତେ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଖାଦ୍ୟ ନିରାପତ୍ତା ଅଧିକାରୀ, ଡ୍ରଗ ଇନସେପକ୍ଟର ଏବଂ ଅଣ ସଂକ୍ରାମକ ରୋଗର ସହକାରୀ ପରିଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏପରିକି ବେଆଇନ ଟୋବାକୋ ଦ୍ରବ୍ୟ ଜବତ ହେବା ପରେ ତୁରନ୍ତ ଭାବେ ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ ଡ୍ରଗ ଇନସେପକ୍ଟର ପ୍ରାଥମିକ ତଦନ୍ତ ଅଧାରରେ ଏହାକୁ ଅନୁମୋଦନ ଦେବେ ବୋଲି ଏହି ବୈଠକ ରେ ଆଲୋଚନା କରାଯାଇଥିଲା ।

ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣରେ ଆଣିବା ପାଇଁ ଅଧିକ ଔଷଧଯୁକ୍ତ ମଶାରୀର ଆବଶ୍ୟକତା ରହିଛି ବୋଲି ଆଲୋଚନା ହେବା ପରେ ଆଶାକର୍ମୀମାନେ ଘର ଘର ବୁଲି କେତେ ପରିମାଣରେ ଔଷଧଯୁକ୍ତ ମଶାରୀର ଆବଶ୍ୟକତା ରହିଛି ତାର ଏକ ସର୍ବେକ୍ଷଣ କରି ଏହାର ତଥ୍ୟ ସଂଗ୍ରହ କରିବାକୁ ଏହି ବୈଠକ ରେ କୁହାଯାଇଥିଲା ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା ଭି ଏଲ୍ ଏନ୍ ରାଜୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ମ୍ୟାଲେରିଆ) ଡା ବି ଏଲ୍ ଏନ୍ ପୃଷ୍ଟି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡା ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା ମମତା ଚୌଧୁରୀ, ସ୍ୱାସ୍ଥ୍ୟ ଅଧିକାରୀ,

ଅନ୍ୟାନ୍ୟ ସରକାରୀ ଉଚ୍ଚପଦସ୍ଥ ଅଧିକାରୀ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିସନର କର୍ମଚାରୀମାନେ ଉପସ୍ଥିତ ଥିଲେ ।
ଶ୍ରୀ ଜେ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା କାର୍ୟ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଆଜିର ବୈଠକ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



