Tuesday, October 13, 2026
Home ଆଞ୍ଚଳିକ ଚାନ୍ଦବାଲି ବ୍ଲକ ଭାଟପଡ଼ା ପଂଚାୟତରେ ଆବାସ ଯୋଜନାର ବ୍ୟପକ ହେରଫର ପ୍ରତିବାଦରେ ବିଜେପି ଦଳ ପକ୍ଷରୁ...

ଚାନ୍ଦବାଲି ବ୍ଲକ ଭାଟପଡ଼ା ପଂଚାୟତରେ ଆବାସ ଯୋଜନାର ବ୍ୟପକ ହେରଫର ପ୍ରତିବାଦରେ ବିଜେପି ଦଳ ପକ୍ଷରୁ ପଂଚାୟତ କାର୍ଯ୍ୟାଳୟ ଘେରାଉ ।

49

ଭଦ୍ରକ , ୦୨/୦୯/୨୨ ( ଜିଲ୍ଲା ଖବର ) : ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଭାଟପଡ଼ା ପଂଚାୟତରେ ଆବାସ ଯୋଜନାର ବ୍ୟପକ ହେରଫେର ପ୍ରତିବାଦରେ ଆଜି ବିଜେପି ଦଳ ପକ୍ଷରୁ ଏହାର ପ୍ରତିବାଦ କରି ପଂଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ସହ ପ୍ରତିବାଦ କରାଯାଇଛି ।

ଭାଟପଡ଼ା ପଂଚାୟତ ଚନ୍ଦନବିନ୍ଦା ୬ ୱାର୍ଡ଼ରେ ଅଧିକାଂଶ ଯୋଗ୍ୟ ହିତାଧ୍ଵକରୀ ଅବାସ ଯୋଜନାରେ ଘର ପ୍ରଦାନ କରା ନଯାଇ କିଛି ଶାଷକ ଦଳର କର୍ମୀ ମାନଙ୍କୁ (ଅଯୋଗ୍ୟ ହିତାଧ୍ୟାକାରୀଙ୍କୁ) ଦଳୟ କୋଟାରେ ସେମାନଙ୍କର ତାଲିକା ପ୍ରସ୍ତୁତି କରାଯାଇଛି ।

ଏହାର ପ୍ରତିବାଦ କରି ବିଜେପି ଦଳର କାର୍ଯ୍ୟକର୍ତା ମାନେ ଯୋଗ୍ୟ ହତାଧ୍ୟାକାରୀ ମାନଙ୍କୁ ପଂଚାୟତ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିବା ସହ ଶାଷକ ଦଳର ନେତାଙ୍କ ଉପରେ ବର୍ଷିଥିଲେ ।

ଏଥିସହ ଏହା ଉପରେ ସରକାର ପୁର୍ଣ୍ଣ ବିଚାର ନ କରନ୍ତି ତେବେ ଆଗାମୀ ଦିନରେ ବିଜେପି ରାଜରାସ୍ତାକୁ ଉଲ୍ଲାଇବ ବୋଲି ଚେତାବନୀ ଦେଇଛି ।