Saturday, November 14, 2026
Home ଆଞ୍ଚଳିକ ସ୍ବର୍ଗୀୟ ଅଭିମନ୍ୟୁ ଗୌଡ଼ଙ୍କ ଶ୍ରଦ୍ଧାଞ୍ଜଳୀ ସଭା

ସ୍ବର୍ଗୀୟ ଅଭିମନ୍ୟୁ ଗୌଡ଼ଙ୍କ ଶ୍ରଦ୍ଧାଞ୍ଜଳୀ ସଭା

76

ଆସିକା,୧/୯(ଜିଲ୍ଲା ଖବର) : ରାଜ୍ୟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସମ୍ଭାବନା ସାରସ୍ୱତ ସାଂସ୍କୃତିକ ପରିଷଦ ଓଡିଶା ଓ ଶିକ୍ଷକ ସଂଗଠନ ଆସିକା ବ୍ଲକ ର ମିଳିତ ଆନୁକୂଲ୍ୟରେ ସ୍ବର୍ଗୀୟ ଅଭିମନ୍ୟୁ ଗୌଡ଼ଙ୍କର ଦ୍ୱାଦଶାହ ଅବସରରେ ଭେଟନଈ ଗ୍ରାମ ପଂଚାୟତ କାର୍ଯ୍ୟାଳୟସ୍ତ ସଭାଗୃହରେ ସ୍ବର୍ଗୀୟ ଗୌଡ଼ଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା, ପ୍ରଥମେ ସ୍ବର୍ଗୀୟ ଗୌଡ଼ଙ୍କ ତୈଳ ଚିତ୍ର ରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରୀ ଯୁକ୍ତ ସରତଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳ ଜିଲ୍ଲା ଜୋନ ସଭାପତି ଶ୍ରୀ ଯୁକ୍ତ ନଚିକେତା ସ୍ୱାଇଁ, ଆସିକା ବ୍ଲକ ପୂର୍ବତନ ଅଧକ୍ଷ ଶ୍ରୀ ଯୁକ୍ତ ସୂର୍ଯ୍ୟ କାନ୍ତ ପରିଡା, ସମାଜ ସେବି ଶ୍ରୀ ମତି ଇ. ମାହେଶ୍ୱରୀ ଦୋରା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ଏ କୁଶ ନାଇଡ଼ୁ, ଶ୍ରୀ ଯୁକ୍ତ ରାଜେଶ୍ୱର ପାତ୍ର, ସରପଞ୍ଚ ପ୍ରତିନିଧି ଶ୍ରୀ ଟୁଲୁ ଜେନା ମଂଚାସୀନ ରହି ସ୍ବର୍ଗୀୟ ଗୌଡ଼ଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକ ପାତ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ସମ୍ଭାବନାର ସାଧାରଣ ସମ୍ପାଦକ ଶ୍ରୀ ଯୁକ୍ତ ରବିନ୍ଦ୍ର କୁମାର ମଲ୍ଲ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଲୁହ ଓ କୋହ ଭରା କଣ୍ଠରେ ଦିବଂଗତ ପ୍ରତିଭାଙ୍କ ସହ ବିତାଇଥିବା ସାରସ୍ୱତ ସମ୍ପର୍କର ଅଭୁଲା ସ୍ମୃତି ସମ୍ପର୍କରେ ଆଲୋଚନା ରଖିଥିଲେ |ପରିଷଦର ଅନ୍ୟତମ ବରିଷ୍ଠ ସଦ୍ୟସ୍ୟ ଶ୍ରୀ ଯୁକ୍ତ ବଂଶୀଧର ରଥ, ବୁଦ୍ଧିରାମ ନାହାକ, ଶ୍ରୀ ଯୁକ୍ତ ପ୍ରଶାନ୍ତ ନାୟକ, ଶ୍ରୀ ଲଖ୍ମଣ ବେହେରା, ସନ୍ତୋଷ କୁମାର ପାଣି, ଶ୍ରୀ ବ୍ରଜେନ୍ଦ୍ର ଉପାଧ୍ୟାଏ, କବି ଶ୍ରୀ ବୁଲୁ ବେହେରା ଓ ଉପସ୍ଥିତ ଶିକ୍ଷକ ବୃନ୍ଦ ସ୍ବର୍ଗୀୟ ଗୌଡ଼ଙ୍କ ସ୍ମୃତି ଚାରଣ କରି ସ୍ବର୍ଗୀୟ ଗୌଡ଼ଙ୍କ ଉଦ୍ୟେଶରେ ସ୍ୱରଚିତ କବିତା ପାଠ କରିଥିଲେ |ଏହି ଅବସରରେ କେନ୍ଦୁପଦର ବାଲୁଙ୍କେଶ୍ୱର ସଂକୀର୍ତନ ମଣ୍ଡଳୀଙ୍କ ଦ୍ୱାରା ହରିନାମ ସଂକୀର୍ତନ ଓ ରାମଧୁନ ପରିବେଷଣ କରାଯାଇଥିଲା |
ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲ ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ଶ୍ରଦ୍ଧାଞ୍ଜଳି ସଭା ସାଙ୍ଗ କରାଯାଇଥିଲା |