Home ଆଞ୍ଚଳିକ ଗୁଣପୁର ପୈ।ରପରିଷଦ କାର୍ଯ୍ୟାଳୟରେ ସ୍ବାୟତ ଶାସନ ଦିବସ ପାଳିତ l

ଗୁଣପୁର ପୈ।ରପରିଷଦ କାର୍ଯ୍ୟାଳୟରେ ସ୍ବାୟତ ଶାସନ ଦିବସ ପାଳିତ l

91

ଗୁଣପୁର : ୩୧/୮/୨୦୨୧ ( ଜିଲ୍ଲା ଖବର ) : ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ପୈରପରିଷଦ କାର୍ଯ୍ୟାଳୟ ଠାରେ ସ୍ବାୟତ ଶାସନ ଦିବସ ୨୦୨୨ ମହାଆଡମ୍ବରରେ ପାଳିତ ହୋଇଯାଇଛି।

ପୈ୍।ରପରିଷଦ ତରଫରୁ ଆୟୋଜିତ ସଭାରେ ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୈ।ର ଅଧ୍ୟକ୍ଷା ଶ୍ରୀମତୀ ମମତା ଗୈ।ଡ଼ ,

ଉପାଧ୍ୟକ୍ଷ ଶିବ ପ୍ରସାଦ ଗୈ।ଡ଼ ଓ ପୈରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମା ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ରହି ମଞ୍ଚାସିନ ହୋଇଥିଲେ ।

ବିଧାୟକ ରଘୁନାଥ ଗମାଙ୍ଗ ନିଜ ଅଭିଭାଷଣରେ ଗୁଣପୁର ପୈ।ରପରିଷଦ ର ଉନ୍ନତି କାମନା କରିଥିବା ବେଳେ ଅଧ୍ୟକ୍ଷା ମମତା ଗୈ।ଡ଼ ଗୁଣପୁର ବିକାଶକୁ ଆଗେଇ ନେବାର ଯେଉଁ ସ୍ବପ୍ନ ଦେଖିଛନ୍ତି ସେଗୁଡିକ ସାକାର କରିବା ପାଇଁ ପରିଷଦର ସମସ୍ତ କାଉନସିଲର ଓ କର୍ମଚାରୀ ମାନଙ୍କ ସହଯୋଗ କାମନା କରିଥିଲେ ।


ଗୁଣପୁର ପରିମଳ ବ୍ୟବସ୍ଥା ସୁଧାରିବା , ମଶା ଉପଦ୍ରବରୁ ସହରକୁ ରକ୍ଷା କରିବା , ଦେବାଳୟ ପରିବେଶ ସ୍ବଚ୍ଛ ରଖିବା , ପାର୍କ ଗୁଡିକର ପୁନୋରୁଦ୍ଧାର କରିବା ଆଦି କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସୂଚନା ଦେଇଛନ୍ତି ।

ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୈ।ଡ଼ ନିଜ ଅଭିଭାଷଣରେ କହିଥିଲେ ଯେ , ଗୁଣପୁରର ଉନ୍ନତି ନିମନ୍ତେ ୫ କୋଟି ୩୦ ଲକ୍ଷ ଟଙ୍କା ଅଟକଳରେ ୪୮ ଗୋଟି ରାସ୍ତା ଓ ଡ୍ରେନ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି ।

ଏବଂ ମାନ୍ୟବର ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଏନ୍ ଭାସ୍କର ରାଓଙ୍କ ପାଣ୍ଠିରୁ ୧ କୋଟି ୨୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ସହରର ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଅନୁମୋଦନ ହୋଇ କାର୍ଯ୍ୟ ଚାଲୁ ରହିଛି ।


ଏହି ଅବସରରେ ପରିଷଦର ଯୋଗ୍ୟ ହିତାଧିକାରୀଙ୍କ ପାଇଁ ୭୩୯ ଟି ଆବାସ ଯୋଜନା , ୪୮ ଜଣଙ୍କୁ ଦିଵ୍ୟାଙ୍ଗ ଭତ୍ତା , ବିଧବା ଭତ୍ତା ପ୍ରଦାନ, ୫ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୬ ଲକ୍ଷ ୨୦ ହଜାର ଟଙ୍କା ଋଣ ପ୍ରଦାନ , ୩୦ ଟି ଉଠା ଦୋକାନୀଙ୍କୁ ପ୍ରମାଣ ପତ୍ର ସହ ୧୧ ଜଣଙ୍କୁ ୧ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଥିଲା ।

ଶେଷରେ ଉପାଧ୍ୟକ୍ଷ ଶ୍ରୀ ଶିବ ପ୍ରସାଦ ଗୈ।ଡ଼ ସମସ୍ତ ସହରବାସୀଙ୍କୁ ମିଳିମିଶି ଗୁଣପୁର ସହରର ସର୍ବାଙ୍ଗିନ ଉନ୍ନତି ପାଇଁ କାମ କରି ପୂର୍ବ ଥର ଭଳି ରାଜ୍ୟରେ ଗୁଣପୁର ପୈ।ରପରିଷଦକୁ ପ୍ରଥମ ସ୍ଥାନ ରେ ରଖିବା ପାଇଁ କହି ଥିଲେ ।