Sunday, October 11, 2026
Home ଆଞ୍ଚଳିକ ମମ୍ ସ୍କୁଲରେ ବିଘ୍ନ ବିନାଶକ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କର ବିରଳ ପୂଜା ଅନୁଷ୍ଠିତ ହୋଇଯାଇଛି।

ମମ୍ ସ୍କୁଲରେ ବିଘ୍ନ ବିନାଶକ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କର ବିରଳ ପୂଜା ଅନୁଷ୍ଠିତ ହୋଇଯାଇଛି।

71

ଆସିକା , ୩୧/୦୮/୨୨ ( ଜିଲ୍ଲା ଖବର ) : ବିଘ୍ନ ବିନାଶକ ଅଗ୍ର ପୂଜ୍ୟ ବିଦ୍ୟା ଦାୟକ ଶ୍ରୀ ଗଣେଶ ଙ୍କର ଲକ୍ଷେ ଆଠ ବିଗ୍ରହ ସ୍ଥାପନା କରି ବିଦ୍ୟାର୍ଥୀଙ୍କ ବୌଦ୍ଧିକ, ମାନସିକ ଓ ଚରିତ୍ରର ଉତ୍ତମ ବିକାଶ ପାଇଁ

ସିଦ୍ଧିକ୍ଷେତ୍ର ନିର୍ମାଣ ଉଦ୍ଦେଶ୍ୟରେ ମମ୍ ସ୍କୁଲର ପ୍ରତିଷ୍ଠାତା ଶ୍ରୀ ପ୍ରଣବ କୁମାର ରଥଙ୍କ ବିଶୁଦ୍ଧ ସଂକଳ୍ପ କ୍ରମେ ୨୦୧୨ ମସିହାଠାରୁ ଏହି ବିରଳ ପୂଜା ଅନୁଷ୍ଠିତ ହୋଇଆସୁଛି ।

ଯାହାକି ବିଭିନ୍ନ ଧାତୁ ଓ ଉପକରଣର ଗଢା ତିରିଶି ହଜାର ବିଗ୍ରହ ସ୍ଥାପନା କରାଯାଇପାରିଛି । ମହାମାରୀ ର ମହା ପ୍ରକୋପରେ ଦୀର୍ଘ ଦୁଇ ବର୍ଷ କାଳ ଶ୍ରୀ ଗଣେଶ ଙ୍କର ପୂଜା ଯାକ ଜମକରେ ହୋଇ ପାରୁନଥିଲା।

ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟକୁ ଆସି ଶ୍ରୀ ଗଣେଶ ଙ୍କର ଅଶ୍ରିଁବାଦ ଗ୍ରହଣ କରି ପାରୁନଥିଲେ ଏଥିପାଇଁ ପିଲାଙ୍କ ମନରେ ଅନେକ ଦୁଃଖ ଥିଲା କିନ୍ତୁ ଏହି ବର୍ଷ ଭାଗବାନ ଙ୍କ କୃପା ରୁ ମହାମାରୀ ର ପ୍ରକୋପ ଆଉ ନାହିଁ

ତେଣୁ ସବୁ ସ୍ଥାନରେ ସାହି ସାହି ଗଳି କନ୍ଦି ଏବଂ ପ୍ରତ୍ୟେକ ବିଦ୍ୟାଳୟ ରେ ଶ୍ରୀ ଗଣେଶ ଙ୍କ ପୂଜାର୍ଚ୍ଚନା କରା ଯିବ।ଏଥିପାଇଁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଆୟୋଜନ କରାଯାଇଛି।

ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ପ୍ରଭୁ ଗଣେଶ ହେଉଛନ୍ତି ସ୍ମୃତିର ପ୍ରତିକ ଏବଂ ମମ୍ ସ୍କୁଲ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଅଦ୍ଭୁତ ପ୍ରକ୍ରିୟାରେ ସ୍ମୃତି ଶକ୍ତି ଜାଗ୍ରତ ହୋଇପାରିଛି ।

ଏଣୁ ସମସ୍ତଙ୍କର ବିଶ୍ଵାସ ଯେ ପ୍ରତ୍ୟକ୍ଷ ଗଣେଶଙ୍କର ଆବିର୍ଭାବ ହୋଇଛି । ଆଜି ପ୍ରଭୁଙ୍କର ହଜାର ହଜାର ରୂପ ଦର୍ଶନ କରିବା ପାଇଁ ଆଖ ପାଖ ଗାଁ , ସହର , ଜିଲ୍ଲା ଓ ରାଜ୍ୟ ବାହାରୁ ମଧ୍ୟ ଦର୍ଶକଙ୍କ ଭିଡ଼ ଜମିଛି । ଯାହାକି ଆସ୍କା ସହରର ଗୌରବ ବଢ଼ାଇ ଦେଇଛି ।

ମମ୍ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀ ମାନେ ଅକ୍ଳାନ୍ତ ପରିଶ୍ରମ କରି ଅତି ମନୋରମ ଭାବରେ ସଜାଇ ଦର୍ଶକ ମାନଙ୍କ ମନରେ ଭାବ ଜାଗ୍ରରଣ କରିପାରିଛନ୍ତି ।