Home ଆଞ୍ଚଳିକ ନବ ଭାରତ ନିର୍ମାଣ ସେବା ପାର୍ଟିର ଦାବୀ ରାୟଗଡ ସହରକୁ ସଂଯୋଗ କରୁଥିବା ପୋଲ ନୂତନ...

ନବ ଭାରତ ନିର୍ମାଣ ସେବା ପାର୍ଟିର ଦାବୀ ରାୟଗଡ ସହରକୁ ସଂଯୋଗ କରୁଥିବା ପୋଲ ନୂତନ ରୂପେ ତିଆରି ହେଉ ।

20

ରାୟଗଡ଼ା , ୩୦/୦୮/୨୨ (ଜିଲ୍ଲା ଖବର) : ରାୟଗଡ ଜିଲ୍ଲା ନବ ଭାରତ ନିର୍ମାଣ ସେବା ପାର୍ଟି ତରଫରୁ ଆଜି ରାୟଗଡ ସହରରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି।

ଏହି ପାର୍ଟି ସାମାଜିକ ସୁରକ୍ଷା, ସମର୍ଷତା, ମୌଳିକ ଅଧିକାର, ମୌଳିକ ଆଇନ ର ସଚେତନତା, ଭୂମିହୀନଙ୍କୁ ଭୂମି ଅଧିକାର ଅନୁସାରେ ଭୂମି ଯୋଗାଇଦେବା ପାଇଁ ଲଢେଇ, ଜାତି ଜନ ଜାତି ବର୍ଗକୁ ଶିକ୍ଷା ଆଇନ ର

ସଚେତନତା ପାଇଁ ଲଢେଇ କରିବା ପାଇଁ ୨୦୨୦ ମସିହା ମାର୍ଚ୍ଚ ମାସରେ ରାଷ୍ଟ୍ରୀୟ ଆଇନ ଅନୁସାରେ ପଞ୍ଜିକୃତ କରି ଜନ ସେବାରେ ଲାଗି ରହିଛି। ତେଣୁ ଏହି ପାର୍ଟିର କେନ୍ଦ୍ରୀୟ ଅଧ୍ୟକ୍ଷ ଙ୍କ ନିଜ ସହର ହେଇଥିବାରୁ ଏହି ଜିଲ୍ଲାର ଜନ ସାଧରଣଙ୍କ ଦୁଃଖ କଷ୍ଟ ଅସହ୍ୟ ହେଉଛି ଓ ଅଞ୍ଚଳର ଦଳିତ ସୋସିତ ହେଉଥିବାରୁ ମନକୁ ଆନ୍ଦୋଳିତ କରୁଛି ବୋଲି କେଦ୍ରିୟ ଅଧ୍ୟକ୍ଷ ବୋମାଲି କାନ୍ତରାଓ କହିଛନ୍ତି।

ଆଜି ଦଳୀୟ ସକ୍ରିୟ କର୍ମୀଙ୍କୁ ନେଇ ଏକ ଶୋଭାଯାତ୍ରାରେ ବାହାରି ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ କି ସହରକୁ ସୁଦୂର ଆନ୍ଧ୍ର ପ୍ରଦେଶ କୁ ସଂଯୋଗ କରୁଥିବା ଏକ ମାତ୍ର ପୋଲ ଯାହାକି ଝଞ୍ଜାବତୀ ନଦୀ ଉପରେ ତିଆରି ହେଇଛି ତାହା ବହୁ ପୁରାତନ ହେଇ ଯାଇଥିବାରୁ ତାହା ଜରା ଜୀର୍ଣ୍ଣ ଅବସ୍ଥାରେ ବର୍ତମାନ ବିପଦ ଅବସ୍ଥାରେ ରହିଛି।

ତା ଉପରେ ବଡ଼ ବଡ଼ ଗାତ ହେବାସହ ପ୍ରତିଦିନ ହଜାର ହଜାର ଗାଡି ମଟର ଯାତାୟତ କରି ତାହା ନଷ୍ଟ ହେବାର ସମ୍ଭାବନା କୁ ବହନ କରିବା ସହ କେତେବେଳେ ଯେ ବଡ଼ ଅଘଟଣ ଘଟିବ ତାହା କହିବା କଷ୍ଟକର ବୋଲି କହିଛନ୍ତି ଶ୍ରୀ ବିଡିକା। ସେହିଭଳି ଏହି ପୋଲ ଉପରେ ଭାରିଜନ ଚଳା ଚଳ କୁ ବନ୍ଦ କରିବାକୁ ସ୍ଥାନୀୟ ଯନ୍ତ୍ରୀ କହିଛନ୍ତି କିନ୍ତୁ ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଯାତାୟତ କରା ଯାଉଛି।

ସେହିଭଳି ଜେ କେ ପୁର ନାଗବଳି ନଦୀ ଉପରେ ରହିଥିବା ସେତୁ ର ବି ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଛି କେତେବେଳେ ବଡ଼ ଅଘଟଣ ଘଟିବ କହିହେବ ନାହିଁ। ତେଣୁ ଏହି ସବୁ ପୋଲ ଗୁଡିକୁ ନୂତନ ଭାବେ ନିର୍ମାଣ କରି ଲୋକଙ୍କ ଧନ ଜୀବନ ସୁରକ୍ଷିତ କରିବାକୁ ଦାବି କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ଉହ୍ୟେସରେ ପ୍ରଦାନ କରାଯାଇଛି। ଏହି ଦାବୀ ଗୁଡିକକୁ ଜନ ସ୍ୱାର୍ଥକୁ ଦୁଷ୍ଠି ରେ ରଖି ପୁରାଣ କରାଯାଉ ବୋଲି ଦାବୀ କରାଯାଇଛି।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।