Friday, November 13, 2026
Home ଆଞ୍ଚଳିକ ସଦର ପୋଲିସକୁ ମିଳିଛି ବଡ ସଫଳତା ତିନିଟି ନକଲି ଗୁଟୁକା ଗୋଦାମ ଜବତ ।

ସଦର ପୋଲିସକୁ ମିଳିଛି ବଡ ସଫଳତା ତିନିଟି ନକଲି ଗୁଟୁକା ଗୋଦାମ ଜବତ ।

59

ବ୍ରହ୍ମପୁର , ୩୦/୦୮/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ପୋଲିସ ଜିଲ୍ଲାର ସଦର ଥାନା ଠାରୁ ମାତ୍ର ୧ କିଲୋମିଟର ବ୍ୟବଧାନରେ ଥିବା ବାଉଁସିୟାପଲ୍ଲୀ ଗ୍ରାମ ନିକଟରେ ଥିବା ନରେନ୍ଦ୍ର ସାହୁ ନାମକ ଜଣେ ନକଲି

ଗୁଟକା ବ୍ୟବସିୟୀଙ୍କ ୩ଟି ଗୋଦାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗୁଟକା ପ୍ରସ୍ତୁତି କଞ୍ଚାମାଲ ସହ ପ୍ରସ୍ତୁତ ହୋଇଥିବା ଗୁଟକା ଜବତ କରାଯାଇଛି ।

କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସପି ଡ଼କ୍ଟର ସର୍ବଣl ବିବେକ ଏମ ଙ୍କ ନିର୍ଦେଶରେ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ନେତୃତ୍ୱରେ ସଦର ଥାନା ଅଧିକାରୀ ମହେନ୍ଦ୍ର ସାହୁ ଓ ନିମଖଣ୍ଡି ଫାଣ୍ଡି ର ବହୁ ପୋଲିସ ଏହି ଚଢ଼ାଉରେ ସାମିଲ ହୋଇଥିଲେ ଏଥିରେ ବହୁ ଘୁଟୁକାରେ ବ୍ୟବହାର ହେଉଥିବା ବହୁ କଞ୍ଚା ମାଲ ଧୂଆଁ ପତ୍ର, ଧନିଆ, ପାନମହୁରି,

ବିଭିନ୍ନ କମ୍ପାନୀର ଜରି, ଧଳା ଚୂନ, ଓଜନ ମେସିନ, ମିଶ୍ରଣ ମେସିନ, ସିଲେଇ ମେସିନଜବତ ସହିତ ପନ୍ଦର ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି ଏହାର ଆନୁମାନିକ ମୂଲ୍ୟ ୩କୋଟି ରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି ।