
ଗୁଣୁପୁର , ୩୦/୦୮/୨୦୨୨ ( ଜିଲ୍ଲା ଖବର ) : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ପ୍ରଯୋଜିତ ତଥା ଆଇ ଆଇ ଟି ବମ୍ବେର ସ୍ପୋକେନ୍ ଟ୍ୟୁଟୋରିଆଲ ପ୍ରୋଜେକଟ ଆନୁକୂଲ୍ୟରେ ପୂର୍ବ ଭାରତର ଅଗ୍ରଣୀ ଯାନ୍ତ୍ରିକ ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଗୁଣୁପୁର ସ୍ଥିତ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ କୁ ”ସ୍ପୋକେନ୍ ଟ୍ୟୁଟୋରିଆଲ ଏକାଡେ଼ମିକ ଏକ୍ସସିଲାନ୍ସ ଆୱାର୍ଡ -୨୦୨୨” ରେ ସଂମ୍ମାନିତ କରାଯାଇଅଛି l ସାରା ଦେଶରେ ଆଜାଦ୍ କା ଅମୃତ ମହୋତ୍ସବ ପାଳିତ ଅବସରରେ ଆଇ ଆଇ ଟି ବମ୍ବେ ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରୋଜେକଟ ସଂଯୋଜକ ପ୍ରଫେସର କନ୍ନନ .ଏମ. ମୋଡ଼ଗଲୟା ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସଂଯୋକକ ତଥା ପ୍ରଫେସର ସତ୍ୟ ନାରାୟଣ ଦାସ ଙ୍କୁ ମାନପତ୍ର ସହ ଫଳକ ପ୍ରଦାନ କରିଛନ୍ତି l

ସ୍ପୋକେନ୍ ଟ୍ୟୁଟୋରିଆଲର ଫ୍ରି ଲେର୍ନିଙ୍ଗ ଅନ ଓପେନ ସୋର୍ସ ସଫ୍ଟୱେର ଏବଂ ମେସିଭି ଓପେନ ଅନଲାଇନ କୋର୍ସର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତାଲିମ , ପ୍ରସାର ଏବଂ ବହୁ ମାତ୍ରାରେ ସଚେତନତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଅଛି l ଏହି ସଫଳତା ନିମନ୍ତେ ବିଶ୍ଵ ବିଦ୍ୟାଳୟର ସଭାପତି ଡ଼ଃ .ସତ୍ୟ ପ୍ରକାଶ ପଣ୍ଡା , ଉପ-ସଭାପତି ଡ଼ଃ ଚନ୍ଦ୍ର ଧ୍ୱଜ ପଣ୍ଡା , ମହା ନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା , କୁଳପତି ଡ଼ଃ ଗୌତମ ଘୋଷ , ରେଜିଷ୍ଟାର ଡ଼ଃ .ଏନ. ଭି . ଜଗନ୍ନାଧା ରାଓ ପ୍ରମୁଖ ସ୍ପୋକେନ୍ ଟ୍ୟୁଟୋରିଆଲର ପ୍ରୋଜେକଟ ସଂଯୋଜକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l



