Home ଆଞ୍ଚଳିକ ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ ଖାନ ନଗର ସ୍ଥିତ କାଳି ଭବନ ଠାରେ...

ଆମ୍ ଆଦମୀ ପାର୍ଟିର ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ ଖାନ ନଗର ସ୍ଥିତ କାଳି ଭବନ ଠାରେ ଅନୁଷ୍ଠିତ।

15

କଟକ , ୩୦/୦୮/୨୨ ( ଜିଲ୍ଲା ଖବର ) : ଆସନ୍ତା ୧୦ ସେପ୍ଟେମ୍ବର ରେ ଆୟୋଜିତ ହେବାକୁ ଥିବା ଆମ୍ ଆଦମୀ ପାର୍ଟି ର ଜିଲ୍ଲା ସମ୍ମିଳନୀ ପରିପ୍ରେକ୍ଷୀରେ, ଏକ ବନ୍ଧୁ ମିଳନ ଓ ପ୍ରସ୍ତୁତି ବୈଠକ ଖାନନଗର ସ୍ଥିତ କାଳି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ବୈଠକରେ ସମ୍ମିଳନୀ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ କାର୍ଯ୍ୟକ୍ରମ ସହ ଲୋକଙ୍କୁ ଯୋଡିବା ପାଇଁ ସାତସୂତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଛି ।

ଏହି ବୈଠକରେ ସୁଶୃଂଖଳିତ ଗଣମାଧ୍ୟମ ପରିଚାଳନା ପାଇଁ ଜିଲ୍ଲା ପ୍ରବକ୍ତା ଭାବରେ ଦିପ୍ତିମୟୀ ପଣ୍ଡା, ନଗର ପ୍ରବକ୍ତା ଭାବରେ ସବ୍ୟସାଚୀ ମହାନ୍ତି ଓ ଜିଲ୍ଲା ଲିଗାଲ ସେଲ କିପରି ଭାବରେ ଗଢା ଯିବ ତାର ପ୍ରସ୍ତୁତି ବିଭୁତି ଭୁଷଣ ବେହେରା ଙ୍କ ନାମ ଜିଲ୍ଲା ଆବାହକ ଦୂର୍ଗା ପ୍ରସାଦ ପରିଡା ଘୋଷଣା କରିଥିଲେ ।

ଟାଉନ ହଲରେ ହେବାକୁ ଥିବା ଜିଲ୍ଲା ସମ୍ମିଳନୀ କୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିଭିନ୍ନ କାର୍ଯ୍ୟକର୍ତ୍ତା ମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ୬୦ ରୁ ଉର୍ଦ୍ଧ ଆଗଧାଡିର କାର୍ଯ୍ୟକର୍ତ୍ତା ମାନେ ଭାଗ ନେଇଥିଲେ ।

ଏ ବୈଠକରେ ରାଜ୍ୟ ପ୍ରବକ୍ତା ଡ଼ା ଅଜୟ କୁମାର ପତି, ଜିଲ୍ଲା ସମ୍ପାଦକ ଅମିତ୍ ମହାପାତ୍ର, ଜିଲ୍ଲା ଯୁବ ସଭାପତି ଆଶୁତୋଷ ପରିଡା, କଟକ ନଗର ସଭାପତି ସନ୍ତୋଷ ବେହେରା, ନଗର ସମ୍ପାଦକ ସବ୍ୟସାଚୀ ମହାନ୍ତି,ନଗର ମହିଳା ମୋର୍ଚ୍ଚା ସଭାପତି ଡ଼ଲି ଜେନା

,adv ଅରୁଣ ପରିଡା, ଶେଖ୍ କାୟୀମ,ପ୍ରକାଶ ଭୂୟାଁ, ରାଜକିଶୋର ସ୍ୱାଇଁ, ବିକ୍ରମ ଜେନା ,ରଶ୍ମିରଞ୍ଜନ ପଟ୍ଟନାୟକ,ବାଦୁରଦିନ,ବି ଚଇତନ୍ୟ,ଅନ୍ନପୂର୍ଣ୍ଣା ସାହୁ, ବିଜୟ ଲକ୍ଷ୍ମୀ ମହାପାତ୍ର, ଆଦି ଉପସ୍ଥିତ ଥିଲେ ।

କଟକ ରୁ ରାଜେନ୍ଦ୍ର ଛୋଟରାୟ ଙ୍କ ରିପୋର୍ଟ ଜିଲ୍ଲା ଖବର ।