
ଆସିକା,୨୦/୮(ଜିଲ୍ଲା ଖବର) : ଆସିକା ଟେକନିକାଲ ହାଇସ୍କୁଲ ପର୍ଯ୍ୟଟନ ଓ ସେବା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଆଜି ବିଦ୍ୟାଳୟର ପର୍ଯ୍ୟଟନ ଓ ସେବା ବିଭାଗର ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଆସିକାର ବିଭିନ୍ନ ହୋଟେଲ ଓ ପର୍ଯ୍ୟଟନ ସ୍ଥାନକୁ ବୁଲିବାକୁ ନିଆଯିବା ସହିତ ଟୁରିଜିମ ସେକ୍ଟର ଉପରେ ସମ୍ୟକ ବିବରଣି ପ୍ରଦାନ କରାଯାଇଥିଲା । ନବମ ଓ ଦଶମ ଶ୍ରେଣି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଧିଷ୍ଟ ପର୍ଯ୍ୟଟନ ଓ ସେବା ବିଭାଗର ଛାତ୍ରଛାତ୍ରୀ ଆଜି ଆସିକା ଓଏସଆରଟିସି ସ୍ଥିତ ଶୀତତାପ ନିୟନ୍ତ୍ରିତ ସାଇକୃପା ହୋଟେଲରେ ପହଁଚିଥିଲେ । ହୋଟେଲ ଠାରେ ନିୟମିତ ରନ୍ଧନ ପ୍ରଣାଳି, ବାସନ କୁଶନ କୁ ଅତ୍ୟାଧୁନିକ ଶୈଳିରେ ସଫେଇ, ଟିଫିନ ଓ ମିଲ୍ସ ପରିଷିବା, ଗ୍ରାହକଙ୍କୁ ମିନେରାଲ ୱାଟର ଯୋଗାଇବା , ଗ୍ରାହକଙ୍କ ସମସ୍ତ ସ୍ୁବିଧା ଅସୁବିଧା ବୁଝିବା, ହୋଟେଲ ଶିଳ୍ପର ଫୁଡ ଲାଇସେନ୍ସ, ବିଦୁ୍ୟତ ଉପକରଣ, ଟ୍ୟାକ୍ସ,ସେବା, ଗ୍ରାହକଙ୍କର ମନପସନ୍ଦ ସେବା ଯୋଗାଇବାର ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପର୍ଯ୍ୟଟନ ଓ ସେବା ବିଭାଗୀୟ ସହକାରୀ ଶିକ୍ଷକ ଶାସ୍ୱତ କୁମାର ଜେନା ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରତାପ କୁମାର ମହାପାତ୍ର ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ । କ୍ରିଡା ଶିକ୍ଷକ କୈାଳାସ ଗୈାଡ ଅନ୍ୟ ସମସ୍ତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆସିକା ଟେକନିକାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ତ୍ରିପାଠିଙ୍କ ତତ୍ୱାବାଧାନରେ ଏହି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହା ପୂର୍ବରୁ ଆସିକାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳି ମା ଖମ୍ବେଶ୍ୱରୀ ମନ୍ଦିର, ଋଷିକୁଲ୍ୟା ବଡନଦୀ ଓ ଋଷିକୁଲ୍ୟା ସଙ୍ଗମ ସ୍ଥଳ, ମୁନିଗାଡି ପଚାଂୟତ ଅଧିନ ମାଳତୀ ଗଡର ରତ୍ନେଇ ପିଠ, ପ୍ରସିଦ୍ଧ ଗଙ୍ଗାପୁର ପଚାଂୟତ ଅଧିନ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର, ଭେଟନଇ ଅଚଂଳର ବିରଳ କୃଷ୍ଣସାର ମୃଗ, ପାକିଡି ଜଙ୍ଗଲର ମୟୁର ପର୍ଯ୍ୟଟନ ସ୍ଥଳଗୁଡିକୁ ଛାତ୍ରଛାତ୍ରୀ ମାନେ ବୁଲି ଥିଲେ ।



