ଭାଲୁ ଆକ୍ରମାଣରେ ବୃଦ୍ଧ ଗୁରୁତର।

64

ଭଞ୍ଜନଗର , ୩୦/୦୮/୨୨ ( ଜିଲ୍ଲା ଖବର ) : ଭଞ୍ଜନଗର ବ୍ଲକ ଦାଦାରଲୁଣ୍ଡା ପଇତା ଗାଁ ରେ ଆଜି ସକାଳେ କୀର୍ତନ ବିଶୋଇ (୫୮)ନିଜ ଚାଷ ଜମିକୁ ସାର ବୁଣିବାକୁ ଯାଇଥିବା ବେଳେ ଏକ ମାଈ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି ।


ସୂଚନା ଅନୁଯାଇ କୀର୍ତନ ପ୍ରତିଦିନ ଭଳି ଆଜି ମଧ୍ୟ ନିଜ ଚାଷ ଜମିକୁ ଯାଇଥିଲେ l ଧାନ ଫସଲରେ ସାର ପକାଉଥିବା ବେଳେ ଚାଷ ଜମି ନିକଟରେ ଏକ ମାଇଭାଲୁ ତା ନିଜର କିଛି ଛୁଆ ଭାଲୁ ସହିତ ଏକ ବୁଦା ଭିତରେ ଲୁଚି ରହିଥିଲା l

ବୁଦା ଭିତରୁ କିଛି ଶବ୍ଦ ଶୁଭିବାରୁ କୀର୍ତନ ଦେଖିବାକୁ ଯାଇଥିଲେ ହେଲେ ସେଠାରେ ଲୁଚି ରହିଥବା ଭାଲୁଟି ଅତର୍କିତ ଭାବେ ଆକ୍ରମଣ କରିଥିଲା l କୀର୍ତନ ର ଚିତ୍କାର ଶୁଣିବାରୁ ନିକଟରେ କାମ କରୁଥିବା କିଛି ଲୋକେ କୀର୍ତନ କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ ପ୍ରାଥମିକ ଚିକିତ୍ସା ପରେ କୀର୍ତନ ସୁସ୍ଥ ଥିବାର ଜଣା ପଡିଛି l

ଅନ୍ୟ ପକ୍ଷେ ପଇତାଗାଁ ଅଞ୍ଚଳରେ ପ୍ରଥମଥର ପାଇଁ ଭାଲୁ ଆକ୍ରମଣ ହୋଇଥିବେରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବାର ମଧ୍ୟ ଜଣାପଡିଛି l