Thursday, November 12, 2026
Home ଆଞ୍ଚଳିକ ଘୁମୁସର ଲେଖିକା ସଂସଦର ବୃକ୍ଷରୋପଣ ଓ ବର୍ଷା କବିତା ।

ଘୁମୁସର ଲେଖିକା ସଂସଦର ବୃକ୍ଷରୋପଣ ଓ ବର୍ଷା କବିତା ।

19

ଭଞ୍ଜନଗର , ୩୦/୦୮/୨୨ ( ଜିଲ୍ଲା ଖବର ) : ଘୁମୁସର ଲେଖିକା ସଂସଦର ବୃକ୍ଷରୋପଣ ଓ ବର୍ଷା କବିତା ଆସର କୁଲାଡ ସରସ୍ବତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା।

ଏଥିରେ ଅନୁଷ୍ଠାନର ସମସ୍ତ ସଭ୍ୟ ଯୋଗଦେଇ ଥିଲେ।

ଅନୁଷ୍ଠାନ ତରଫରୁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ବର୍ଷା କବିତା ଆସର ଅନୁଷ୍ଠିତ ହୋଇଥିଲା।

ଅନୁଷ୍ଠାନ ର ସଭାପତି ରିତାରାଣୀ ମହାପାତ୍ର ଓ ନଳିନୀ ପ୍ରଭା ଦାସ ଯୋଗଦେଇ ଥିଲେ।

ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା।ଘୁମୁସର ଲେଖିକା ସଂଘ ସଭ୍ୟ ଗାୟତ୍ରୀ ସାହୁ,

ଵିଷ୍ଣୁ ପ୍ରିୟା,ସୁଜାତା,ସଂଗୀତା,ସୁଭସ୍ମିତା,ଗିତା ଶ୍ରୀ,ପ୍ରଭାତୀ ମଞ୍ଜରୀ ପ୍ରଭୁତି ଉପସ୍ଥିତ ଥିଲେ ।