ଭାରତର ବିଶିଷ୍ଟ କ୍ରୀଡ଼ାବିତ ମେଜର ଦୟାଚନ୍ଦ ଙ୍କ ଜନ୍ମ ବାର୍ଷିକୀ ଅବସରରେ ଆଜି ଜାତୀୟ କ୍ରୀଡା ଦିବସ ଅନୁଷ୍ଠିତ ହୋଇ ଯାଇଛି l

45

ରାୟଗଡ଼ା , ୩୦/୦୮/୨୨ (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ରାୟଗଡା ବ୍ଳକ ପିତାମହଲ ପଞ୍ଚାୟତ ତରଫରୁ ପିତାମହଲ RITAM ମହାବିଦ୍ୟାଳୟ ପଡ଼ିଆରେ ମାରାଥନ senior, junior ଓ କବାଡି ଖେଳର ଆୟୋଜନ କରାଯାଇଥିଲା l

ଉକ୍ତ ମଞ୍ଚରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ବସନ୍ତ ଉଲ୍ଲାକା, ସମାଜ ସେଵୀ ମହେନ୍ଦ୍ର ଉଲ୍ଲାକା, ଗୋବିନ୍ଦ ଉଲ୍ଲାକା, ବାଳଦାସ ପାଲାକା, ଉମେଶ ତାଡିଙ୍ଗୀ, ଚନ୍ଦ୍ରଶେଖର ଖରସେଲୀ ବଂଶ ଏବଂ ସୋମନାଥ ଜାକାକା, ପିତାମହଲ ଗ୍ରାମ ପଂଚାୟତର ସରପଞ୍ଚ ଟୁଟୁ ତାଡିଙ୍ଗୀ ଏବଂ ତାଡ଼ମା ସରପଞ୍ଚ,

ସମିତି ସଭ୍ୟା, ପିତାମହଲ ନାଏବ ସରପଞ୍ଚ, ପଲମା ବିଦ୍ୟାଳୟର କ୍ରୀଡା ଶିକ୍ଷକ ବାବୁଲା ମେଲାକା ଏବଂ ଶିକ୍ଷୟିତ୍ରୀ ଭବାନୀ ପୁଲାକା ଉପସ୍ଥିତ ଥିଲେ l ମ୍ୟାଚ୍ ପରିଚାଳନା କରିଥିଲେ ବାବୁଲା ମେଲାକା ତାଙ୍କୁ ସହଯୋଗ କରିଥିଲେ ମନୋଜ ନାୟକ,ଏବଂ ଭବାନୀ ପୁଲାକା ।

ଆଜି କ୍ରୀଡା ର ଉନ୍ନତି ନ ହେଇଥିବାରୁ ଆମ ଆଦିବାସୀ କ୍ରୀଡା ପ୍ରେମୀ ମାନେ କୌଣସି କ୍ରୀଡା ରେ ଉନ୍ନତି ହେଇ ପାରୁ ନାହାନ୍ତି କି କ୍ରୀଡା ପ୍ରତି ଆଗଭର ଉତ୍ସାହ ହେଉ ନାହାନ୍ତିl

କ୍ରୀଡା ର ଉନ୍ନତି ଏବଂ କ୍ରୀଡା ପାଇଁ ମିନିଷ୍ଟାଡ଼ିଅମ ର ସ୍ଥାପନ ପାଇଁ ପ୍ରଶାସନ କୁ ନିବେଦନ କରୁଅଛୁ ବିଧାୟକ ପ୍ରର୍ଥୀ ଏବଂ ପିତାମହଲ ସରପଞ୍ଚ ଏବଂ କିଛି କ୍ରୀଡା ପ୍ରେମୀ ଙ୍କ ଜରିଆରେ l ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।