
ମୋହନା , ୩୦/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ମାଣିକପୁର ଗ୍ରାମ ସ୍ଥିତ ଆକିଲି ହନୁମାନ ମନ୍ଦିର ପ୍ରାଙ୍ଗଣରେରେ ମହା ପ୍ରଭୁ ଶ୍ରୀଗଣେଶ ଜୀଉଙ୍କ ମନ୍ଦିର ପ୍ରତିଷ୍ଠା ହୋଇଅଛି l
ଏହି ଉତ୍ସବ ଆରମ୍ଭ ହୋଇଥିବା କହିଛନ୍ତି ମନ୍ଦିର ର ଉପଦେଷ୍ଟା କମିଟି ଅଶୋକ ରଣଜିତ୍।



ଏହି ପ୍ରତିଷ୍ଠା ଉତ୍ସବରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ଏକତ୍ରିତ ହୋଇ କଳସ ଯାତ୍ରାରେ ଗ୍ରାମ ପରିକ୍ରମା କରିଥିବା ଦେଖିବାକୁ ମିଳିଛି l ଏହା ବ୍ୟତୀତ ମହା ପ୍ରଭୁ ଶ୍ରୀ ଗଣେଶ ବାବାଙ୍କ ମୂର୍ତ୍ତି ସ୍ଥାପନ ଲାଗି ଆଗକୁ ଆସୁଥିବା ଶ୍ରୀ ଗଣେଶ ଚତୁର୍ଥୀ ପାଇଁ ଏହି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଅଛି ।



ଏହି ଉତ୍ସବରେ ଯୋଗ ଦେଇଛନ୍ତି ଜୀରାଙ୍ଗ ବୌଦ୍ଧ ମନ୍ଦିରର ମୁଖ୍ୟ ଗୁରୁଜୀ, ପାରଳାଖେମୁଣ୍ଡି ଦେବୀ ମଠର ରାମାନନ୍ଦ ଦାସ୍, ବ୍ରହ୍ମପୁର ରୁ ହରେକୃଷ୍ଣ ଇଶ୍ଵର ଏବଂ ବହୁ ଶ୍ରଦ୍ଧାଳୁ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ସ୍ଵାଗତ କରିଥିବା ଦେଖିବାକୁ ମିଳିଥିଲା ।




ଏହା ବ୍ୟତୀତ ନାମଯଜ୍ଞ,, କୃତଯଜ୍ଞ, ଜ୍ଞାନଯଜ୍ଞ, ସ୍ଥାନଯଜ୍ଞ,ଅର୍ଣ୍ଣଯଜ୍ଞ ସହ ବହୁ ଉତ୍ସାହରେ ଆୟାଜନ ହୋଇଥିବା ଦେଖିବାକୁ ମିଳିଛି l ଏଥିରେ ମୁଖ୍ୟ ପୁରହିତ ତରଣିସେନ ଦାସ୍, ରଞ୍ଜିତ କୁମାର୍ ଦାସ୍ ଓ ଅନ୍ୟାନ୍ୟ ପୁରହିତ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଯଜ୍ଞ ସହ ଗ୍ରାମ ର ଉନ୍ନତି ତଥା ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଆରଗ୍ୟ କାମନା କରିଥିବା ଦେଖିବାକୁ ମିଳିଥିଲା ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



