ଏସିଆ କପ୍ରେ ପାକିସ୍ତାନ ଠାରୁ ବଦଲା ନେଲା ଭାରତ ।

57

ଗଞ୍ଜାମ , ୨୯/୦୮ ୨୨ ( ଜିଲ୍ଲା ଖବର ) : ଏସିଆ କପ୍ ରେ ପାକିସ୍ତାନ କୁ ମାତ୍ ଦେଲା ଭାରତ।କଡା ଟକ୍କର ସତ୍ବେ ଏସିଆ କପ୍ ରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ହରାଇଥିଲା ଭାରତ।ପ୍ରଥମେ ଟସ୍ ଜିତି ବୋଲିଂ କରିବାପାଇଁ ନିଷ୍ପତ୍ତି ନେଇଥିଲା ଭାରତ ।

ଭାରତ ବୋଲରଙ୍କ ମିଳିତ ପ୍ରଦଶନ ଜୁଙ୍ଗୁ ୧୪୭ ରନରେ ଅଲଆଉଟ୍ ହୋଇଯାଇଥିଲା ପାକିସ୍ତାନ।

ଭୁବନେଶ୍ୱର କୁମାର ସର୍ବାଧିକ ୪ ୱିକେଟ ନେଇଥିଲାବେଳେ , ହାର୍ଡିକୀ ପାଣ୍ଡ୍ୟା ୩ଟି, ଅର୍ସଦିପ ସିଂହି ୨ଟି , ଆସ୍ୱେଶ ଖାନ ୧ଟି ୱିକେଟ ନେଇଥିଲେ।

ଫଳରେ ଗୋଟିଏ ବଲ ବାକିଥାଇ ସମସ୍ତ ୱିକେଟ ହରାଇ ୧୪୭ ରନ କରିପାରିଥିଲା ପାକିସ୍ତାନ।

୧୪୮ ରନ ବିଜୟ ଲକ୍ଷ୍ୟନେଇ ପଡିଆକୁ ଓହ୍ଲାଇଥିବା ଭାରତୀୟ ଓପନର ଖେଳାଳି କେ ଏଲ୍ ରାହୁଲ ଖାତା ଖୋଲିବା ପୂର୍ବରୁ ପାଭିଲିୟମ ଫେରି ଯାଇଥିଲେ।

ଏହାପରେ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଦଳର ସ୍କୋର କୁ ଆଗେଇ ନେଉଥିଲା ବେଳେ ରୋହିତ ଶର୍ମା ମାତ୍ର ୧୨ରନ କରି ପାଭିଲିୟମ ଫେରି ଯାଇଥିଲେ ।

ଏବଂ ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଉଭୟ ୩୫ ରନନାଖେ କରି ପାଭିଲିୟମ ଫେରି ଯାଇଥିଲେ।

ହାର୍ଦ୍ଧିକ ପାଣ୍ଡ୍ୟା ଶେଷ ଆଡ଼କୁ ଆକ୍ରମଣାତକ ବ୍ୟାଟିଂ କରି ୧୭ ବଲରୁ ୩୩ ରନ୍ କରି ଭାରତୀୟ ଦଳକୁ ବିଜୟ କରିଥିଲେ।

ହାର୍ଦ୍ଧିକ ପାଣ୍ଡ୍ୟା ମ୍ୟାନ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ବିରୋ ରେପୋର୍ଟ ଜିଲ୍ଲା ଖବର ।