Home ଆଞ୍ଚଳିକ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜୀଉରା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ କୁର୍ମୀ ଔଷଧ ଖାଇ ଛାତ୍ର...

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜୀଉରା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ କୁର୍ମୀ ଔଷଧ ଖାଇ ଛାତ୍ର ଛାତ୍ରୀ ଅସୁସ୍ଥ ।

140

ସାନଖେମୁଣ୍ଡି , ୨୭/୦୮/୨୨ ( ଜିଲ୍ଲା ଖବର ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଜୀଉରା ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରେ କୁର୍ମୀ ଔଷଧଖାଇ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି।

୧୦ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ଗତକାଲି ପିଲା ମାନଙ୍କୁ କୁର୍ମି ଔଷଧ ଖାଇବାକୁ ଦିଆଯାଇଥିଲା ଖାଇବା ପରେ ଅସୁସ୍ଥତା ଅନୁଭବ କରିଥିଲେ।

ଆଜି ସ୍କୁଲକୁ ଛାତ୍ର ଛାତ୍ରୀ ଆସିବା ପରେ ଅସୁସ୍ଥତା ଅନୁଭବ କରିଥିଲେ। ଗୁରୁତ୍ୱର ଅବସ୍ଥାରେ ୧୦ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆମ୍ବୁଲାନ୍ସ ଯୋଗେ ପଠେଇ ଦେଇଛନ୍ତି।

୧୦ ଜଣ ମଧ୍ୟରୁ ତିନି ଜଣ ଗୁରୁତ୍ୱର ଥିବାର ସୂଚନା ମିଳିଛି। ଜିଉରା ଛାତ୍ର ଛାତ୍ରୀ ମାନଙ୍କ ଅଭି ଭାବକ ମାନେ ଅଭିଯୋଗ କରିଛନ୍ତି ଯେ ମନଇଚ୍ଛା ଔଷଧ ଖାଇବାକୁ ଦିଆଯାଇ ବୋଲି ଅଭିଯୋଗ କରିଛନ୍ତି।

ସ୍କୁଲ ପରିସର ମଧ୍ୟରେ ଉତେଜନା ସୃଷ୍ଟି ହୋଇ ଯାଇଅଛି। ଏହି ଆଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଇଞ୍ଚାର୍ଜ ଡକ୍ଟର ପାଖରୁ ପ୍ରତିକ୍ରିୟା ନେବା କଣ କହୁଛନ୍ତି ବିଷୟରେ ।

ସାନଖେମୁଣ୍ଡି ବ୍ଲକରୁ ରଞ୍ଜନ କୁମାର ସେଠୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।