Home ଅପରାଧ ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ ।

ଟ୍ରାକ୍ଟର ଓଲଟି ମହିଳା ଶ୍ରମିକ ମୃତ ।

71

ଗଜପତି , ୨୬/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ମୋହନା ଥାନା ନାରୀଙ୍ଗୀ ଘାଟିରେ ଓଲଟିଲା ଟ୍ରାକ୍ଟର ।ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।

ମୃତକ ଜଣଙ୍କ ହେଲେ ମୋହନା ଥାନା ଜୁଡିପଥର ଗ୍ରାମର ଉଷା ନାୟକ l ସୁଚନା ପ୍ରକାରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ କୌଣସି କାରଣବସତଃ ଟ୍ରାକ୍ଟର ଟି ଭାରଶ୍ୟାମ ହରାଇ ଓଲଟି ପଡିଥିଲା l

ଫଳରେ ଟ୍ରାକ୍ଟର ରେ ବସିଥିବା ଶ୍ରମିକ ମାନଙ୍କ ମଧ୍ୟରୁ ଏକାଧିକ ଆହାତ ହୋଇଥିବା ବେଳେ ଜୁଡ଼ିପଥର ଗ୍ରାମର ଉଷା ନାୟକଙ୍କ ମୃତ୍ୟୁ ଘଟିଛି l

ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶ୍ରମ ବିଭାଗ ପହଁଚି ଆହତ ମାନଙ୍କୁ ଉଧାର କରି ମୋହନା ଡାକ୍ତର ଖାନାରେ ଭର୍ତ୍ତି କରିଛନ୍ତି ।

ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର୍ ଥିବା ବେଳେ ପୋଲିସ୍ ଏନେଇ ତଦନ୍ତ ଆରମ୍ଭ କରିଛି ।

ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।