
ରାୟଗଡ଼ା -୨୬-୮- (ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଦୀବାସୀ ହରିଜନ ଓ ପଛୁଆବର୍ଗ ତଥା ଆଇନ ମନ୍ତୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ଉପସ୍ଥିତରେ ପଞ୍ଚାୟତ ସମିତି ବୈଠକରେ ବିଭିନ୍ନ ବିଭାଗର ବିଭାଗିୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ଏହି ପରି ପେକ୍ଷୀରେ ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ଯ, ମେମ୍ବର ମାନଙ୍କ ସହିତ ମୁନିଗୁଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଦୁଃକୁନୀନୁଣ୍ଡୁକା, ଉପାଧକ୍ଷ ଆଦର୍ଶ କୁଶୁଲିଆ,


ଉପସ୍ଥିତ ରହିଥିବା ବେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ମୁନିଗୁଡା ଜିଲ୍ଲା ପରିଷଦ ସଭ୍ଯ ଶ୍ରୀମତି ମାଧବୀ କନ୍ଧପାଣି, ସାଂସଦ ପ୍ରତିନିଧି ମାନସ ରଞ୍ଜନ ବେହେର, ମୁନିଗୁଡା ପଞ୍ଚାୟତ ସରପଞ୍ଚ ସୁଶ୍ରୀ ସରସ୍ଵତୀ ,


ରତ୍ନାଳାଲା ଜୌନ, ପୂଣ୍ନଚନ୍ଦ୍ର ଗୌଡ, ସିମାଞ୍ଚଳ ଦାଶ, ବୂନ୍ଧାବନ ପାଡି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବେହେରା ,ଙ୍କ ନେତୃତ୍ବରେ ପଞ୍ଚାୟତ ସମିତି ବୌଠକ ଅନୁଷ୍ଠିତ ହୋଇ ଥିଲା।

ମୁନିଗୁଡାର ରାସ୍ତା ପାନୀୟଜଳ ଓ ସୁସ୍ଥ୍ଯ ଶିକ୍ଷା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟା ସବୁ ନେଇ ଆଲୋଚନା ହୋଇଥିଲା।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



