Home ଆଞ୍ଚଳିକ ନିତି ଆୟୋଗ ଦ୍ଵାରା ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ମୁଲ୍ୟାୟନ ।

ନିତି ଆୟୋଗ ଦ୍ଵାରା ମୁନିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ମୁଲ୍ୟାୟନ ।

111

ରାୟଗଡ଼ା -୨୬-୮- (ଜିଲ୍ଲା ଖବର) ରାୟଗଡ଼ା ଜିଲ୍ଲା ମୁନିଗୁଡାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ଭାରତ ସରକାରଙ୍କ ନିତୀ ଆୟୋଗ ମାଧ୍ୟମରେ ଦୁର୍ଗମ ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦିଆଯାଇଥିବା ସ୍ବାସ୍ଥ୍ୟ ସେବା ଏବଂ ଏହାର ଉନ୍ନତିକରଣ ନିରୀକ୍ଷଣ ନିମନ୍ତେ ଏବଂ ଜାତୀୟ ସ୍ବାସ୍ଥ୍ୟ ମିଶନ ପି ଆଇ ପି ର ଆଭ୍ୟନ୍ତରୀଣ ମୂଲ୍ୟାୟନ ସକାଶେ ପପୁରେସନ ରିସର୍ଚ୍ଚ ସେଣ୍ଟର ବାଙ୍ଗାଲୋର ରୁ ପ୍ରଫେସର ସିଏମ୍ ଲକ୍ଷ୍ମଣ ଶ୍ରୀ ରମେଶ ଙ୍କ ଦ୍ଵାରା ଏହି ବର୍ଷ ଚୟନ କରାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁନିଗୁଡା ମୂଲ୍ୟାୟନ ତା୨୬-୮-୨୦୨୨ ରେ କରାଯାଇଛି।ଏହି ମୂଲ୍ୟାୟନ ରେ ରାୟଗଡ଼ା ଜିଲ୍ଲା ତରଫରୁ ଶ୍ରୀ ଭଗବାନ ମେହେର ଶ୍ରୀ ଦେବାଶିଷ ସାହୁ ଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମୁନିଗୁଡା ତରଫରୁ ଡାକ୍ତର ସଞ୍ଜୟ କୁମାର, ଡାକ୍ତର ସବ୍ୟସାଚୀ ମହାପାତ୍ର, ଡାକ୍ତର ସଚିନ ତ୍ରିପାଠୀ , ଡାକ୍ତର ଆଶିଷ ପଣ୍ଡା ,ବିପି ଏମ୍ ତପନ କୁମାର ପଣ୍ଡା ଙ୍କ ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଏବଂ ସରକାରଙ୍କ ତରଫରୁ ଦିଆଯାଇଥିବା ସ୍ବାସ୍ଥ୍ୟ ସେବାର ଉନ୍ନତିକରଣ ନିମନ୍ତେ ଥିବା ଆବଶ୍ୟକ ସମ୍ପର୍କରେ ବୁଝାଇ ଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିପିଏମ୍ ତପନ କୁମାର ପଣ୍ଡା ପରିଚାଳନା କରିଥିଲେ।

ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର ।