
ରାୟଗଡ଼ା , ୨୬/୦୮/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ରାମକୃଷ୍ଣ ମିଶନ ଠାରେ ଆଜି ଗରିବ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି।

ଡାଲିଆକୁଜି ପଂଚାୟତର ତାଣ୍ଡା, ଆମ୍ବଗୁଡା,ପାରମାଗୁଡା ଓ ଖଡଗାତେନ୍ତୁଳି ଏହି ଗ୍ରାମ ମାନଙ୍କରେ

ପ୍ରାୟ ୧୩୩ ଟି ପରିବାରରେ ୧୦୦ ଶାଢ଼ୀ ଓ ୧୦୦ ଲୁଙ୍ଗି ରାମକୃଷ୍ଣ ମିଶନ ପରିସରରେ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମ ଟି ରାମକୃଷ୍ଣ ମିଶନର ମୁଖ୍ୟ ଗିତାତ୍ମା ନନ୍ଦ ମହାରାଜ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା।

ରାମକୃଷ୍ଣ ମିଶନର ସମସ୍ତ କର୍ମଚାରୀ ମାନେ ପରିଚାଳନା କରିଥିଲେ।
ରାୟଗଡ଼ା ଜିଲ୍ଲା ରୁ ପ୍ରସନ୍ନ କୁମାର ପଣ୍ଡା ଙ୍କ ରିପୋର୍ଟ ଜିଲ୍ଲା ଖବର।



