
ଗଜପତି , ୨୫/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଠାରେ ବିଶେଷ ଭର୍ତ୍ତି ଅଭିଯାନ କାର୍ଯ୍ୟକ୍ରମ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଗଜପତି ଏବଂ କାପଷ୍ଟୋନ ସିକ୍ୟୁରିଟିର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା l
ଏହି କାର୍ଯ୍ୟକ୍ରମ ରେ ଏଚ. ଏଲ. ଏଫ. ପି. ପି. ଟି., ଏମ – ରାଇଟ ଗଜପତି ଅଂଶ ଗ୍ରହଣ କରି କୋଭିଡ ସଚେତନତା ଏବଂ କୀଟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗୋସାଣୀ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନୀଳମାଧଵ ମାଝୀ, ଓ.ଏଲ.ଏମ. ର ଗୋସାଣୀ ବ୍ଲକ


ବି.ଏଲ.ସି. ଶ୍ରୀ ମାନସ କୁମାର ପାଣି, ବ୍ଲକ ପ୍ରୋଗ୍ରାମ୍ମିଙ୍ଗ ମ୍ୟାନେଜେମେଣ୍ଟ ଅଧିକାରୀ ସି. ହେଚ. ତିରୁପତି ରାଓ, ଏଚ. ଏଲ. ଏଫ. ପି. ପି. ଟି., ଏମ-ରାଇଟ ଗଜପତି ରୁ ଶ୍ରୀ ବିଜୟ ଶଙ୍କର ପାଢ଼ୀ, ଏବଂ କାପଷ୍ଟୋନ ସିକ୍ୟୁରିଟି ର ରିକୱାଇରଟମେଣ୍ଟ ଅଧିକାରୀ ବିଘ୍ନରାଜ ମହାନ୍ତି ଙ୍କ ଉପସ୍ଥିତି ରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଯାଇଅଛି l

ଏହି ବିଶେଷ ଭର୍ତ୍ତି ଅଭିଯାନର ମୂଳ ଲକ୍ଷ୍ୟ ହେଲା ବେରୋଜଗାର ଯୁବକ ମାନଙ୍କୁ ରୋଜଗାରକ୍ଷମ କରିବା l
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



