“ଆମ କଟକ” ପକ୍ଷରୁ ପ୍ରୀପେଡ ମିଟର ପ୍ରଚଳନ କୁ ବିରୋଧ ଓ ଦାବୀପତ୍ର ପ୍ରଦାନ ।

56

କଟକ , ୨୫/୦୮/୨୨ ( ଜିଲ୍ଲା ଖବର ) : ପ୍ରୀପେଡ୍ ମିଟର ପ୍ରଚଳନ କୁ ବିରୋଧ କରି “ଆମ କଟକ” ସଂଗଠନ ପକ୍ଷରୁ ସଭାପତି ଅନୀଲ ବେଉରା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଟକ ପାଲା ମଣ୍ଡପ ସ୍ଥିତ ବିଦ୍ୟୁତ୍ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଁ ଦେବାଶିଷ ପଟ୍ଟନାୟକ ଙ୍କୁ ସାକ୍ଷାତ କରି ଆଲୋଚନା କରିବା ସହ ଏକ ଦଶଦଫା ଦାବୀ ସମ୍ବଳିତ ଦାବୀପତ୍ର ଚେୟାରମେନ ଓ.ଇ ଆର.ସି ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା ।ପ୍ରମୁଖ ଦାବୀ ଗୁଡ଼ିକ ମଧ୍ୟରେ ଘରୋଇ ବିଦ୍ୟୁତ୍ ସଂଯୋଗ ରେ ପ୍ରିପେଡ୍ ମିଟର ବ୍ୟବସ୍ଥା ଲାଗୁ ହେବାକୁ ପ୍ରତ୍ୟାହାର କରାଯାଉ,ଓଡ଼ିଶା ବଳକା ବିଦ୍ୟୁତ୍ ରାଜ୍ୟ ହୋଇଥିବା ବେଳେ ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ୍ ଶୁଳ୍କ ଏତେ ଅଧିକ କାହିଁକି ?

ବିଦ୍ୟୁତ୍ ଶୁଳ୍କ କମାଯାଉ ,କିଲୋୱାଟ ଚେକିଂ ଆଳରେ ଏନଫର୍ସ ସ୍କ୍ୱାର୍ଡ ମନଇଚ୍ଛା ଫାଇନ୍ ପକେଇବା ବନ୍ଦ କରାଯାଉ,ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ବନ୍ଦ କରାଯାଉ,ଚାଇନା ମିଟର ପରିବର୍ତ୍ତେ ସ୍ୱଦେଶୀ ମିଟର ପ୍ରଚଳନ କରାଯାଉ ଇତ୍ୟାଦି ଦାବୀ କରିଥିଲେ । ଟାଟା କମ୍ପାନୀ ଭାରତ ବର୍ଷ ର ଏକ ପୁରୁଣା ଓ ନିର୍ଭର ଯୋଗ୍ୟ କମ୍ପାନିଭାବରେ ଲୋକଙ୍କର ଆଶା ଥିଲା କି ଟାଟା କମ୍ପାନୀ ବିଦ୍ୟୁତ୍ ବିତରଣ କ୍ଷେତ୍ରରେ ଉତ୍ତମ ସେବା ଯୋଗାଇବ । ମାତ୍ର ଯଥା ପୂର୍ବମ ତଥା ପରମ ଢଙ୍ଗରେ ଚାଲିଛି ।ଟାଟା ପାୱାର କମ୍ପାନୀ ପ୍ରୀପେଡ୍ ମିଟର ପ୍ରଚଳନ କ୍ଷେତ୍ରରେ ବଡ଼ବଡ଼ ମଲ୍,ବ୍ୟବସାୟୀକ ଅନୁଷ୍ଠାନରେ ଏହା ସହଜ ହୋଇପାରେ, ମାତ୍ର ସାଧାରଣ ନିମ୍ନ ବିତ୍ତ ଖାଉଟି ମାନଙ୍କ ପାଇଁ ଏହା କଷ୍ଟସାଧ୍ୟ ହେବ । ଏଣୁ ପ୍ରୀପେଡ୍ ମିଟର ପ୍ରଚଳନ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର ପାଇଁ ଦାବୀ କରିଛି” ସାମାଜିକ ସଂଗଠନ ଆମ କଟକ” ।

ନଚେତ୍ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ ବୋଲି ଏହାର କର୍ମକର୍ତ୍ତା ମାନେ ଚେତାବନୀ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ପ୍ରତିଷ୍ଠାତା ସଦସ୍ୟ ତଥା ଆଡଭୋକେଟ ସୋନୁ ସନ୍ତୋଷ ମହାନ୍ତି,କର୍ପୋରେଟର ଜନାର୍ଦ୍ଦନ ପରିଡ଼ା o ଜେ.କାମେଶ୍ୱର୍ ରାଓ,ଯୁବନେତା ସୂର୍ଯ୍ୟକାନ୍ତ ରାଉତ,ସମ୍ପାଦକ ସୁକାନ୍ତ ସାହାଣୀ,ମୁଖପାତ୍ର ମାନସ ପରିଡ଼ା, ଆଡଭୋକେଟ୍ ଅନ୍ନପୂର୍ଣ୍ଣା ସାହୁ,ବରିଷ୍ଠ ସଦସ୍ୟ ସନ୍ତୋଷ ଲେଙ୍କା,ବିଜୟ ମଲ୍ଲିକ,କାଉନସିଲର ଦିଲ୍ଲୀପ ଭୁୟାଁ, ଗୋକୁଲ ସିହ୍ନା,ଅଜୟ ଦାସ,ଛାତ୍ର ନେତା ଜଗନ୍ ସାହୁ,ସୁବାସ ସୁବୁଦ୍ଧିରାୟ,ରଞ୍ଜନ ବେହେରା,ମନୋଜ ମହାନ୍ତି,ସଞ୍ଜୟ ସେନାପତି,ବସ୍ତି ନେତା ଚିତ୍ତରଞ୍ଜନ ମହାନ୍ତି,ପ୍ରମୁଖ ଯୋଗ ଦେଇଥିଲେ ।