
ଗଜପତି , ୨୫/୦୮/୨୨ ( ଜିଲ୍ଲା ଖବର ) : ଗଜପତି ଜିଲ୍ଲାରେ ବିଭିନ୍ନ ଗାଁ ଗହଳି ରେ ଚୋରା କାରବାରରେ ମଦ ବୀକ୍ରି ଓ ମଦ ରନ୍ଧା ବିପୁଳ ପରିମାଣରେ ବଡ଼ି ଚାଲିଛି ।ଯାହାର ଶିକାର ହୋଇଛନ୍ତି ନିରୀହ ମହିଳା ,ତାକୁ ରୋକିବା ପାଇଁ ଗୁରୁବାର ଦିନ ଗୁଲୁବା ପଂଚାୟତରେ ସରପଞ୍ଚ ରେଜିନା ପ୍ରଧାନ ଙ୍କ ନେତୃତ୍ବରେ ଅଙ୍ଗନବାଡ଼ି ଓ ମହିଳା ମଣ୍ଡଳ ଏକତ୍ରିତ ହୋଇ ପଂଚାୟତ ନିକଟରୁ ଏକ ବିରାଟ ବଡ ମଦ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇ ହାତରେ ଫ୍ଲିଙ୍ଗି କାଡ ଧରି ନାରା ଦେଇଥିଲେ ।



ହୁଅ ସମସ୍ତେ ସାବଧାନ ,ଗଡିବା ନିଶା ମୁକ୍ତ ଅଭିଯାନ, ଆସ ଆମେ ଏକ ହେବା ,ଗୁଲୁବା ପଂଚାୟତକୁ ମଦ ମୁକ୍ତ କରିବା ନାରା ଦେଇ ପ୍ରତେକ ସାହି ଗଳି କନ୍ଦି ବୁଲି ସଚେତନତା କରାଇବା ସହ ମଦ ରାନ୍ଧୁଥିବା ବ୍ୟକ୍ତି ଓ ବିକିବା ବ୍ୟକ୍ତିଙ୍କୁ ଚେତାବନୀ ଦେଇଛନ୍ତି l



ସରପଞ୍ଚଙ୍କ ଏହି କାର୍ଯ୍ୟ ଦେଖି ଚୋରା ମଦ ବେପାରୀଙ୍କ ମଧ୍ୟରେ ଭୟାର ବାତାବରଣ ଖେଳି ଯାଇଛି l ଏହା ସହ ମହିଳା ମାନେ କହିଛନ୍ତି ଗ୍ରାମ ରେ ମଦ ବିକ୍ରି କିମ୍ବା ରାନ୍ଧିଲେ ଜରିମାନା ଆଦାୟ କରାଯିବା ସହ ପୋଲିସ୍ କୁ ଦିଆ ଯିବ ।


ଓ ସରପଂଚ କହୁଛନ୍ତି ନିଜ ପଂଚାୟତ ର ନିରୀହ ଜୀବନ କିମ୍ବା ମଦ ପିଇ କେହି ନାରୀ ଉପରକୁ ହାତ ଉଠାଇବା ବନ୍ଦ କରିବା ସହ ଏକ ସୁନ୍ଦର ପଂଚାୟତ ଗଢିବାକୁ ମହିଳା ମାନେ ଏକ ହୋଇଛୁ ତେଣୁ କେହି ମଦ

ବାହାରୁ ଆଣି ବିକ୍ରି କରିବ କିମ୍ବା ରାନ୍ଧିବ ତେବେ ଆଗମୀ ଦିନରେ ଉକ୍ତ ବ୍ୟକ୍ତି ଘରେ ପଶି ମଦ ନଷ୍ଟ କରିବା ସହ ରାସନ କାର୍ଡ ରୁ ନାମ କୁ ବାଦ କରିଦିଆଯିବ ।
ଗଜପତି ଜିଲ୍ଲା ମୋହନା ବ୍ଲକ ରୁ ବର୍ଷା ରାନୀ ଙ୍କ ରିପୋର୍ଟ ଜିଲ୍ଲା ଖବର ।



