
କଟକ , ୨୫/୦୮/୨୨ ( ଜିଲ୍ଲା ଖବର ) : ଆମ ଓଡ଼ିଶାର ଗୌରବ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ରେ ଚିକିତ୍ସିତ ହେଉଥିବାରୁ, ମା’ଙ୍କୁ ଭେଟିବା ପାଇଁ କଟକନଗର ଭାଜପାର ଏକ ଟିମ ଆଜି ମେଡ଼ିକାଲ ଯାଇଥିଲେ।

ଭାଜପା କଟକନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ରାଜ୍ୟ ସଂଖ୍ୟା ଲଘୁମୋର୍ଚା ସଭାପତି ସିକନ୍ଦର ଅଲ୍ଲି,ଜିଲ୍ଲା ସାଧାରଣ ସମ୍ପାଦକ ବିଶ୍ୱରଂଜନ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବୀଣା ମହାପାତ୍ର

ପ୍ରମୁଖ କାର୍ଯ୍ୟକର୍ତା ଶ୍ରୀମତୀ ପୂଜାରୀଙ୍କ ସ୍ୱାସ୍ଥ୍ୟଵସ୍ଥା ସମ୍ପର୍କରେ ବିଭାଗୀୟ ଡାକ୍ତରଙ୍କ ଆଲୋଚନା କରିଥିଲେ ଏବଂ ସଦା ହସମୁଖ ମାଆଙ୍କ ଶିଘ୍ରାତିଶୀଘ୍ର ଆଶୁ ଆରୋଗ୍ୟ କାମନା କରିଥିଲେ।



